ଦୀପାବଳି ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ, କହିଲେ- ‘ସୀମାରେ ସଜାଗ ଯବାନଙ୍କ ପାଇଁ ଘରେ ଗୋଟିଏ ଦୀପ ଜାଳନ୍ତୁ’
ନଆଦିଲ୍ଲୀ:- ଦୀପାବଳି ପୂର୍ବ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୀମାରେ ସଜାଗ ଆମର ସୈନିକଙ୍କ ପାଇଁ ଅତିକମରେ ଏକ ଦୀପ ଜଳାଇବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଚଳିତ ବର୍ଷ ଦୀପାବଳିରେ ଅଧିକ ସଂଖ୍ୟକ ସୈନ୍ୟ ଭାରତୀୟ ସୀମାରେ ସଜାଗ ରହିଛନ୍ତି। ବିଶେଷ କରି ଏଲଏସିରେ ଅଧିକ ଯବାନ କର୍ତ୍ତବ୍ୟ କରୁଛନ୍ତି। ଭୀଷଣ ଥଣ୍ଡାରେ ବି ଭାରତୀୟ ଯବାନମାନେ ନିଜର କାର୍ଯ୍ୟ କରୁଛନ୍ତି।
ମୋଦି ଟ୍ବିଟ୍ରେ ଲେଖିଛନ୍ତି, ‘ବନ୍ଧୁଗଣ ଆମକୁ ଆମର ପରାକ୍ରମି ଯବାନଙ୍କ କଥା ଭାବିବାକୁ ପଡ଼ିବ। ଯେଉଁମାନେ ଦୀପାବଳି ସମୟରେ ସେନାରେ କର୍ତ୍ତବ୍ୟ କରୁଛନ୍ତି। ଭାରତ ମାର ସେବା ଓ ସୁରକ୍ଷା କରୁଛନ୍ତି। ତେଣୁ ସେମାନଙ୍କୁ ମନରେ ରଖି ଆମେ ଦୀପାବଳି ପାଳନ କରିବା।’ଏହା ସହ ମୋଦି ଆହୁରି ମଧ୍ୟ ଲେଖିଛନ୍ତି, ‘ଭାରତ ମା’ର ବୀର ସନ୍ତାନମାନଙ୍କ ସମ୍ମାନାର୍ଥେ ଆମେ ଘରେ ଗୋଟିଏ ଲେଖାଏଁ ଦୀପ ପ୍ରଜ୍ବଳନ କରିବା। ମୁଁ ବୀର ଯବାନମାନଙ୍କୁ କହିବାକୁ ଚାହେଁ, ଯଦିଓ ଆପଣମାନେ ସୀମାରେ ଅଛନ୍ତି କିନ୍ତୁ ପୁରା ଦେଶ ଆପଣମାନଙ୍କ ସହ ରହିଛି। ଆପଣମାନଙ୍କ ପାଇଁ ଶୁଭ ମନାସୁଛନ୍ତି। ଯେଉଁ ପରିବାରର ସନ୍ତାନ ସୀମାରେ ଅଛନ୍ତି ସେମାନଙ୍କୁ ପ୍ରଣାମ କରୁଛି। ଏହା ସହ ଯେଉଁମାନେ ବି କିଛି କାର୍ଯ୍ୟ ପାଇଁ ପୂଜାରେ ଘରଠୁ ଦୂରରେ ଅଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଉଛି।’