ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ
ନୂଆଦିଲ୍ଲୀ :- ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ଅର୍ଣ୍ଣବଙ୍କ ସମେତ ଅନ୍ୟମାନଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯାଇଛି । ହାଇକୋର୍ଟ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ନେଇ ଚାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ଅର୍ଣ୍ଣବଙ୍କ ଯାଚିକାରେ ଶୁଣାଣି କରି ଉଦ୍ଧବ ସରକାରଙ୍କୁ କଡା ବାଣୀ ଶୁଣାଇଛନ୍ତି । କୋର୍ଟ କହିଛନ୍ତି କି ଯଦି ରାଜ୍ୟ ସରକାର କୌଣସି ବ୍ୟକ୍ତିକୁ ଟାର୍ଗେଟ୍ କରୁଛନ୍ତି ତେବେ ତାଙ୍କର ଏହା ଅନୁଭବ ହେବା ଉଚିତ୍ ଯେ ଆମେ(ସର୍ବୋଚ୍ଚ ନ୍ୟାୟାଳୟ) ତା ସୁରକ୍ଷା ପାଇଁ ଅଛୁ । ସୁପ୍ରିମକୋର୍ଟଙ୍କ ନିକଟରେ ଅର୍ଣ୍ଣବଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ହରିଶ ସାଲ୍ଭେ ମାମଲାରେ ସିବିଆଇ ଯାଞ୍ଚ ପାଇଁ ଅପିଲ୍ କରିଛନ୍ତି ।
କହିରଖୁଛୁ ୨୦୧୮ରେ ଇଣ୍ଟିରିୟ ଡିଜାଇନର ଅନଭୟ ନାଏକ ଓ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ପୋଲିସ ଅର୍ଣ୍ଣବ ଓ ଅନ୍ୟ ୨ ଜଣଙ୍କୁ ୪ ନଭେମ୍ବରରେ ଗିରଫ କରିଥିଲା । ପରେ ଅଦାଲତ ସେମାନଙ୍କୁ ୧୮ ନଭେମ୍ବର ପର୍ଯ୍ଯନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ । ଏବେ ଅର୍ଣ୍ଣବ ତଲୋଜା ଜେଲରେ ଅଛନ୍ତି ।