ଏସଡ଼ିପିଓ କାଟିଲେ ଗଞ୍ଜେଇ ଗଛ

ବାଲିଗୁଡ଼ା:-କନ୍ଧମାଳ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି ଏବେ ଆକ୍ସନ ମୁଡରେ ଅଛି କନ୍ଧମାଳ ପୁଲିସ୍‌ । ଗତକାଲି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ନିଜେ କଟର ସାହାଯ୍ୟରେ ଗଞ୍ଜେଇ ଗଛ କାଟୁଥିବାର ଚିତ୍ର ସାମ୍ନାକୁ ଆସିଥିଲା । ଆଉ ଏବେ ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ମଧ୍ୟ ବାଲିଗୁଡା ଥାନା ଅଞ୍ଚଳର ବାଦେକେତା ଇଲାକାରେ ଚାଷ ହୋଇଥିବା ୧୫୫ ଏକର ଜମିରେ ଗଞ୍ଜେଇ ଗଛ କାଟୁଥିବା ଦେଖିବାକୁ ମିଳିଛି । ଯାହାର ଆନୁମାନିକ ମୂଲ୍ୟ  ୧ କୋଟି ୫୫ ଲକ୍ଷ ହେବ ବୋଲି ପୁଲିସ୍‌ କହିଛି ।

କନ୍ଧମାଳ ଜିଲାର  ବେଆଇନ ଗଞ୍ଜେଇ ଚାଷ ଖବର ପାଇ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସୁରକ୍ଷାକର୍ମୀ ଓ ଅବକାରୀ ବିଭାଗର କର୍ମଚାରୀ ମିଳିତ ଭାବେ  ଚଢ଼ାଉ କରିଥିଲେ। ଏହାପରେ ଏକର ଏକର ଗଞ୍ଜେଇ ଗଛକୁ କାଟିବା ସହ ପୋଡି ନଷ୍ଟ କରିଛନ୍ତି।

ପ୍ରତିବର୍ଷ କନ୍ଧମାଳ ପୁଲିସ୍‌ ଏଭଳି ଗଞ୍ଜେଇ କଟା ଅଭିଯାନ ଆରମ୍ଭ କରି ସେ ସବୁ ଚାଷକୁ ନଷ୍ଟ କରିଥାନ୍ତି । ଆଗାମୀ ଦିନରେ କନ୍ଧମାଳ ପୁଲିସର ଏହି ଅଭିଯାନ ଜାରି ରହିବ ବୋଲି ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *