ଭୁବନେଶ୍ବର ରେଲୱେ ଷ୍ଟେସନରୁ ପୁଣି ୨୬ କେଜି ଗଞ୍ଜେଇ ଜବତ, ୨ ଲେଡି ମାଫିଆ ଗିରଫ

ଭୁବନେଶ୍ବର:- ଭୁବନେଶ୍ବର ରେଲୱେ ଷ୍ଟେସନରୁ ପୁଣି ଜବତ ହେଲା ଗଞ୍ଜେଇ । ୨୬ କେଜି ଗଞ୍ଜେଇ ଜବତ କରିଛି ଆରପିଏଫ୍ । ଚଢାଉ ବେଳେ ଦୁଇ ମହିଳା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଛି । ନୀଳାଚଳ ଏକ୍ସପ୍ରେସରେ ଚୋରାରେ ଗଞ୍ଜେଇ ଚାଲାଣ ହୋଇଥାନ୍ତା ।ସୂଚନାଯୋଗ୍ୟ ଯେ, ସୋମବାର ସନ୍ଧ୍ୟାରେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି । ଲଗେଜ୍ ବ୍ୟାଗ୍‌ରେ ଗଞ୍ଜେଇ ନେଇ ଯାଉଥିବା ବେଳେ ଆରପିଏଫ ହାତରେ ଧରାପଡିଛନ୍ତି ଦୁଇ ମହିଳା । ଷ୍ଟେସନରେ ଲଗେଜ୍ ସ୍କାନିଂ ହୋଇଥିଲା । ମାତ୍ର ସେଥିରେ ଗଞ୍ଜେଇ ଥିବା ଜଣାପଡିନଥିଲେ । ଫଳରେ ଏମାନେ ଷ୍ଟେସନ ଭିତରେ ପ୍ରବେଶ କରିଥିଲେ । ଉଭୟ ୧ ନମ୍ବର ପ୍ଲାଟ୍‌ଫର୍ମକୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଆରପିଏଫ ପୋଲିସକୁ ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା । ପୁର୍ନବାର ଲଗେଜ୍ ବ୍ୟାଗ୍ ସ୍କାନ୍‌ କରିବା ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡିଛି । ଜବତ ଗଞ୍ଜେଇ କୋରାପୁଟରୁ ଦିଲ୍ଲୀକୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ନୀଳାଚଳ ଏକ୍ସପ୍ରେସରେ ଗଞ୍ଜେଇ ଚାଲାଣ ହେବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *