ଭୁବନେଶ୍ୱରରେ କରୋନା ଭାକସିନ୍ ପ୍ରସ୍ତୁତ କରିବ ଭାରତ ବାୟୋଟେକ୍
ଭୁବନେଶ୍ୱର:- ଭୁବନେଶ୍ୱରରେ ତିଆରି ହେବ କରୋନା ଭାକସିନ୍। ଭାରତ ବାୟୋଟେକର ମେଡିସିନ କମ୍ପାନୀରେ ପ୍ରସ୍ତୁତ ହେବ କୋଭିଡ୍ ଭାକସିନ୍ । ଏପରିକି କମ୍ପାନୀକୁ ପ୍ରଶାସନିକ ସହଯୋଗ କରାଯିବା ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ସୂଚନାନୁସାରେ. ରାଜଧାନୀର ଅନ୍ଧାରୁଆରେ ଭାରତ ବାୟୋଟେକ୍ ମେଡିସିନ୍ କମ୍ପାନୀ କରିବ । ଏଠାରେ କରୋନା ଭାକସିନ୍ ପ୍ରସ୍ତୁତ ହେବ ।କେବଳ କରୋନା ଭାକସିନ୍ ନୁହେଁ ମ୍ୟାଲେରିଆ ସହଅନ୍ୟ ୧୦ପ୍ରକାରର ଭାକସିନ୍ ମଧ୍ୟ ପ୍ରସ୍ତୁତ କରାଯିବ ।ପ୍ରାୟ ୩୦୦ କୋଟି ଟଙ୍କା ବିନିମୟରେ ଏହି କମ୍ପାନୀ ତିଆରି ହେବ ।ଆହୁରି ମଧ୍ୟ କମ୍ପାନୀକୁ ପ୍ରଶାସନିକ ସହଯୋଗ ନେଇ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଏବେସୁଦ୍ଧା ଭାକସିନ୍ ବାହାରି ନାହିଁ । ବିଭିନ୍ନ ଭାକସିନର କ୍ଲିନିକାଲ ଟ୍ରାଏଲ ଜାରି ରହିଛି । ଆସନ୍ତା ବର୍ଷ ଭାକସିନ୍ ଆସିବା ନେଇ ଆଶା କରାଯାଉଛି ।