ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ,ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗ

ମୁମ୍ବାଇ:- ଇଣ୍ଟେରିୟର ଡିଜାଇନରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇବା ମାମଲାରେ ମୁମ୍ବାଇ ପୋଲିସ୍ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯାଇଛି। ପୋଲିସ୍ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଉଠାଇ ନେଇଛି। ଗୋସ୍ବାମୀ ପୋଲିସ୍ ବିରୋଧରେ ନିଜ ସହ ମାଡ଼ପିଟ କରିବା ଅଭିଯୋଗ କରିଛନ୍ତି। ରିପବ୍ଲିକ ଟିଭି ଅର୍ଣ୍ଣବଙ୍କ ଘରେ ଲାଇଭ ଫୁଟେଜ ମଧ୍ୟ ଦେଖାଇଥିଲା ଯେଉଁଥିରେ ପୋଲିସ୍ ଏବଂ ଅର୍ଣ୍ଣଙ୍କ ମଧ୍ୟରେ ଧସ୍ତାଧସ୍ତି ହେଉଥିବା ଦେଖାଇଛି।

ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ୨ଜଣ ଲୋକେ ୫୩ବର୍ଷ ବୟସ୍କ ଜଣେ ଇଣ୍ଟେରିୟର ଡିଜାଇନରଙ୍କୁ ବକାୟା ରାଶି ଦେଇନଥିଲେ। ଇଣ୍ଟେରିୟର ଡିଜାଇନର ଅନ୍ବୟ ନାଇକଙ୍କ ଝିଅ ଆଜ୍ଞା ନାଇକ୍ ଦାବି କରିଥିଲେ ରାୟଗଡ଼ ଜିଲ୍ଲାରେ ଅଲିବାଗ ପୋଲିସ୍ ବକାୟା ରାଶି ନ ଦିଆଯିବା ମାମଲାର ତଦନ୍ତ କରିନଥିଲା। ଏଥିପାଇଁ ଅନ୍ବୟ ଏବଂ ତାଙ୍କ ମାଆଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଥିଲା। ଅନ୍ବୟ ନାଇକ ସୁଇସାଇଡ ନୋଟରେ ଲେଖିଥିଲେ ଯେ ଅଭିଯୁକ୍ତମାନେ ତାଙ୍କ ୫.୪୦କୋଟି ଟଙ୍କା ଦେଇ ନଥିଲେ ଏଥିପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ିଲା। ରିପବ୍ଲିକ୍ ଟିଭି ଅଭିଯୋଗକୁ ଖାରଜ କରି ଦେଇଥିଲା। ଏହି ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଅଟକ ରଖାଯାଇଛି।

ଅର୍ଣ୍ଣବ ଗୋସ୍ବାମୀ ମୁମ୍ବାଇ ପୋଲିସ୍ ଉପରେ ସଙ୍ଗୀନ ଅଭିଯୋଗ ଲଗାଇ କହିଛନ୍ତି ଯେ ପୋଲିସ୍ ଶାଶୁ-ଶ୍ବଶୁର,ପୁଅ ଏବଂ ପତ୍ନୀଙ୍କ ସହ ମାଡ଼ପିଟ କରିଥିଲା। ଅର୍ଣ୍ଣବ ଗୋସ୍ବାମୀ ମୁମ୍ବାଇ ପୋଲିସ୍ ବି​ରୋଧରେ ଗୁଣ୍ଡାଗର୍ଦ୍ଦିର ଅଭିଯୋଗ କରି କହିଛନ୍ତି ଯେ ତାଙ୍କୁ ପରିବାର ସହ କଥା ହେବାକୁ ରୋକାଯାଇଥିଲା। ମୁମ୍ବାଇ ପୋଲିସ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ନିଜ ଭ୍ୟାନରେ ନେଇ ଯାଇଥିଲା।

Leave a Reply

Your email address will not be published. Required fields are marked *