ଅନୁଗୁଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଅନୁଗୁଳ:- ଅନୁଗୁଳରେ ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଗତକାଲି ଅନୁଗୁଳ ମେଡିକାଲରେ ୨ଜଣଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ ପଥରପଡ଼ା ଗାଁର ୪୫ ବର୍ଷୀୟ ଶଶିକାନ୍ତ ଦେହୁରୀ ଓ ପ୍ରମୋଦ ସାହୁ ।

ଉଭୟଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଏବେ ତାଙ୍କ ମୃତଦେହ ଶବଗୃହରେ ରଖାଯାଇଛି । ୩ ଦିନ ତଳେ  ସେହି ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କର ମଧ୍ୟ ମଦ ପିଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏହି ଶ୍ରମିକ ଓ ମିସ୍ତ୍ରୀ ମାନେ ସ୍ଥାନୀୟ ଅଞ୍ଚଳର ଏକ ଘର ଛାତ ପକାଇବା କାମରେ ନିୟୋଜିତ ଥିଲେ । ସଂଧ୍ୟାରେ କାମ ସାରି ମଦ ପିଇ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଅବକାରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *