ବିହାର ନିର୍ବାଚନ: ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ, ବିହାରବାସୀଙ୍କୁ ମୋଦିଙ୍କ ଅନୁରୋଧ- ପ୍ରଥମେ ମତଦାନ, ତା’ପରେ ଜଳପାନ

ନୂଆଦିଲ୍ଲୀ:- ଆରମ୍ଭ ହୋଇଛି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ବିହାରର ୧୭ ରାଜ୍ୟରେ ୧୭ଟି ଆସନରେ ଆଜି ମତଦାନ ଚାଲିଛି। ତେବେ ଏଥର କଡ଼ା ଟକ୍କର ରହିଛି ଏନଡିଓ ଓ ମହାମେଣ୍ଟ ମଧ୍ୟ​ରେ। କରୋନା ମହାମାରୀ ମଧ୍ୟ​ରେ ବିଧାନସଭା ନିର୍ବଚନକୁ ନେଇ ପୋଲିଂ ବୁଥରେ କଡ଼ା ବନ୍ଦୋବସ୍ତ କରାଯାଇଛି। କରୋନା ଗାଇଡଲାଇନକୁ ମଧ୍ୟ ପାଳନ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟିଂ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଜନତାଙ୍କୁ ବିଶେଷ ଅନୁରୋଧ କରିଛନ୍ତି।

ଅବଶ୍ୟ ଟ୍ବିଟ୍ କରି ସେ ବିହାରବାସୀଙ୍କୁ ଅନୁରୋଧ କରିଛନ୍ତି। ପ୍ରଥମେ ମତଦାନ କରି ପରେ ଜଳପାନ କରିବାକୁ ସେ ବିହାର ବାସିନ୍ଦାକୁ ଏଭଳି ଅନୁାରାଧ କରିଛନ୍ତି। ଏହା ସହ ମାସ୍କ ପିନ୍ଧିବା ତଥା ସାମାଜିକ ଦୂରତ୍ବ ରକ୍ଷା କରିବାକୁ ମଧ୍ୟ କହିଛନ୍ତି।

ସେ ଟ୍ବିଟ୍ କରି କହିଛନ୍ତି ‘‘ବିହାର ବିଧାନସଭାର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ମୁଁ ଅନୁରୋଧ କରୁଛି ଯେ ସମସ୍ତେ କରୋନା ନିୟମ ପାଳନ କରନ୍ତୁ। ଗଣତନ୍ତ୍ରର ଏ ପର୍ବର ନିଜର ଭାଗିଦାରୀକୁ ସୁନିଶ୍ଚିତ କରାନ୍ତୁ। ଦୁଇ ଗଜ ଦୂରତ୍ବ ରକ୍ଷା କରନ୍ତୁ, ମାସ୍କ ପିନ୍ଧନ୍ତୁ। ଏହା ସହ ମନେ ରଖନ୍ତୁ ପ୍ରଥମେ ମତଦାନ ତା’ପରେ ଜଳପାନ।’’ସେହିପରି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଭୋଟ ଦେବା ପାଇଁ ପହଞ୍ଚିବା ବେଳେ ଇଭିଏମ ଖରାପ ଥିଲା। ଯେଉଁଥିରେ ସେ କ୍ରୋଧ ବ୍ୟକ୍ତ ଗରି ସିଢ଼ିରେ ବସିଲେ। ପ୍ରାୟ ଘଣ୍ଟାଏ ପରେ ଇଭିଏମ ଠିକ୍ ହେବା ପରେ ସେ ଭୋଟ୍‌ ଦେଇଛନ୍ତି।

Leave a Reply

Your email address will not be published. Required fields are marked *