ନେହା କକ୍କଡ଼ଙ୍କ ବାହାଘରରେ ଉର୍ବଶୀ ପିନ୍ଧିଲେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ଓ ଗହଣା

ନୂଆଦିଲ୍ଲୀ :-ବଲିଉଡ ସିଙ୍ଗର ନେହା କକ୍କଡ ଓ ରୋହନ ପ୍ରୀତ ସିଂହଙ୍କ ବାହାଘର ସରିଛି। ମାତ୍ର ଏହାକୁ ନେଇ ଏବେ ବି ଚର୍ଚା ଚାଲିଛି। ବାହାଘର ଧୁମଧାମରେ ଆୟୋଜିତ ହୋଇଥିଲେ ହେଁ ପରିବାର ଲୋକ ଓ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଏହି ଅବସରରେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚି ଥିଲେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦୁହିଁଙ୍କୁ ସେ ବାହାଘର ପାଇଁ ଶୁଭକାମନା ଜଣାଇଛନ୍ତି। ଜୀବନରେ ସେମାନଙ୍କ ପ୍ରେମ ଏମିତି ସବୁବେଳେ ଜାରି ରହୁ ବୋଲି ସେମାନଙ୍କୁ ଶୁଭେଚ୍ଛା ଦେଇଛନ୍ତି।ତେବେ ଏ ସବୁ ଭିତରେ ଯେତିକି ନେହାଙ୍କ ଡ୍ରେସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ନ କରିଥିବ ଉର୍ବଶୀ ରୌତେଲାଙ୍କ ଆଉଟଫିଟ୍ ଓ ଲୁକ୍ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି। ଅବଶ୍ୟ ତାଙ୍କର ଏ ଲୁକ ପାଇଁ ସେ ମୋଟା ଅଙ୍କର ଟଙ୍କା ବି ଖର୍ଚ କରିଛନ୍ତି। ସେ ନେହାଙ୍କ ବାହାଘରରେ ୫୫ ଲକ୍ଷ ଟଙ୍କାର ଲେହେଙ୍ଗା ଓ ଗହଣା ପିନ୍ଧି ଥିଲେ।ଉର୍ବଶୀଙ୍କ ଏ ଲୁକର ଖୁଲାସା କରିଛନ୍ତି ତାଙ୍କ ଷ୍ଟାଇଲିଷ୍ଟ ସାଞ୍ଚି ଜୁନେଜା। ସେ ରେନୁ ଟଣ୍ଡନଙ୍କ ଆଉଟଫିଟ୍ ପିନ୍ଧିଥିବା କହିଛନ୍ତି। ସେ ପିନ୍ଧିଥିବା ଲେହେଙ୍ଗା ଲେକସର କଟ ଲେଦରର। ଯେଉଁଥିରେ ହାଥରେ ଜରଦୋଜିର ଓରିଜିନାଲ କାମ କରାଯାଇଛି। ଏହା ବାଦ୍ ସେ ବାହାଘରରେ ନିଜର ଅନେକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ସୋନୁ କକ୍କଡ, ଟୋନି କକ୍କଡଙ୍କ ସହ ନାଚୁଥିବା ନଜର ଆସିଛନ୍ତି।

Leave a Reply

Your email address will not be published. Required fields are marked *