ରାଜଧାନୀରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ୮୮ କରୋନା ପଜିଟିଭ୍ ଚିହ୍ନଟ,

ଭୁବନେଶ୍ୱର, :-ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୮  ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭୮୨ରେ ପହଞ୍ଚିଛି ।ମଙ୍ଗଳବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୭ ଜଣ ରହିଥିବା ବେଳେ ୭୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୨୩୦ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୮୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୯୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୬୬୦୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୫୮ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *