ଭାରତର ଏହି ୫ ରାଜ୍ୟରେ କରୋନାର ସବୁଠୁ ବଡ ବିପଦ, ସତର୍କ କରାଇଲା ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ:-କରୋନା ଭାଇରସ୍‌ ପୁଣି ଥରେ ୟୁରୋପୀୟ ଦେଶରେ ଆତଙ୍କ ଖେଳାଇଛି। ୟୁରୋପର ଦେଶଗୁଡିକରେ କିଛି ସମୟ ଶାନ୍ତ ପଡିଥିବା କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକିଛି। ନୀତି ଆୟୋଗର ସଦସ୍ୟ ଡାକ୍ଟର ଭିକେ ପଲ ଏହି ବିଷୟରେ ସୂଚନା ଦେଇ କହିଛନ୍ତି ଏହି ମହାମାରୀ ପୁଣି ଥରେ ୟୁରୋପର ଅନେକ ଦେଶରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟପିବାରେ ଲାଗିଛି।

ଡ.ଭିକେ ପଲ୍ କହିଛନ୍ତି ଏହି ଦେଶଗୁଡିକରେ  ଭାଇରସ୍‌ର ଦ୍ଵିତୀୟ ଲହର ପୂର୍ବାପେକ୍ଷା ଅଧିକ ଚିନ୍ତାଜନକ ରହିଛି। ଲୋକଙ୍କ ଉପରେ ପୁଣି ଥରେ ରୋଗର ସଙ୍କଟର ବାଦଲ ଖେଳି ଯାଇଛି। ଏଠାରେ ମହାମାରୀ ପୁଣି ଥରେ ଚରମରେ ରହିଛି। ଆମେରିକାରେ ଲୋକେ କରୋନାର ତୃତୀୟ ଲହରର ସମ୍ମୁଖୀନ ହେଉଛନ୍ତି। ଆମେରିକାରେ ବର୍ତ୍ତମାନ ୨୮ ଲକ୍ଷରୁ ଅଧିକ ସକ୍ରିୟ କେସ୍‌ ସଂଖ୍ୟା ରହିଛି।

ଭିକେ ପଲ୍ କହିଛନ୍ତି କରୋନା ଭାଇରସ୍‌ର ବ୍ୟାପକତା ଛୋଟ ସଂଖ୍ୟାରେ ହୋଇପାରେ। ହେଲେ ଏହି ଛୋଟ ସଂଖ୍ୟା ବଡ ଆକାର ଧାରଣା କରିବାକୁ ଏଡାଇ ଦିଆଯାଇନପାରେ। ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଗତ ୨୪ ଘଣ୍ଟାରେ କରୋନାର ୪୯ ପ୍ରତିଶତ ମାମଲା ଏକାକୀ କେରଳ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଦିଲ୍ଲୀରୁ ହିଁ ଆସିଛି। ପାର୍ବଣ ଋତୁ ଏହାର ବଡ  କାରଣ ହୋଇଥାଇପାରେ, ଯାହାର ଚିନ୍ତାଜନକ ବିଷୟ। ଆମେ ଲଗାତାର ରାଜ୍ୟ ସରକାରଙ୍କ ସହିତ କଥା ହେଉଛୁ। ସେ କହିଛନ୍ତି କୋଭିଡ୍-୧୯ର ମୋଟ୍ ସକ୍ରିୟ କେସ୍‌ର ୭୮ ପ୍ରତିଶତ ସଂକ୍ରମଣ ମାମଲା ଦେଶର ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ  ହିଁ ରହିଛି।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ରେ ଘଟିଥିବା ମୃତ୍ୟୁର ୫୮ ପ୍ରତିଶତ ମାମଲା ପାଞ୍ଚ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଥିରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ ଓ କର୍ଣ୍ଣାଟକ ସାମିଲ। ହେଲେ ଗତ ପାଞ୍ଚ ସପ୍ତାହ ହେବ ଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଉଲ୍ଲେଖଯୋଗ୍ୟ, ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୧ ଲକ୍ଷରୁ ଅଧିକ ରହିଛି।

Leave a Reply

Your email address will not be published. Required fields are marked *