ବନ୍ଧୁକ-ଛୁରୀ ଦେଖାଇ ଯୁବତୀଙ୍କଠୁ ଲୁଟ୍

ସୋର:-ବନ୍ଧୁକ ଦେଖାଇ ଯୁବତୀଙ୍କଠୁ ଲୁଟ୍। ଯୁବତୀ ଜଣଙ୍କ ହେଉଛନ୍ତି ଏକ ଘରୋଇ ବନ୍ଧନ ବ୍ୟାଙ୍କର କର୍ମଚାରୀ। ଲୁଟ୍‌ର ଶିକାର ହୋଇଥିବା ଗାୟତ୍ରୀ ବେହେରା ଗଞ୍ଜିଆ, ଦହିଗଡିଆ, ଚାଚିନ୍ତା ଏବଂ ମହରାଜପୁର ଗାଁ ଗୁଡିକରୁ ମୋଟ୍ ୬୭ ହଜାର ୮ ଶହ ଟଙ୍କା ସଂଗ୍ରହ କରି ଫେରୁଥିଲେ। ଗୋପାଳପୁର ଫେରିବା ରାସ୍ତା ଅର୍ଥାତ ବୋଇତା-ଶ୍ରୀଜଙ୍ଗ ଆରଡି ରାସ୍ତାରେ ଯୁବତୀଙ୍କୁ  ବନ୍ଧୁକ-ଛୁରୀ ଦେଖାଇ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ।ମିଳିଥିବା ସୂଚନା ମୁତାବକ, ଯୁବତୀଙ୍କ ପିଛା କରି ଆସୁଥିବା ୩ ଲୁଟେରା ତାଙ୍କୁ ଏକୁଟିଆ ଦେଖି ଅଟକାଇଥିଲେ। ଲୁଟ୍ କରିବା ପାଇଁ ୩ ଜଣ ୨ଟି ପଲସର ବାଇକ୍ ବ୍ୟବହାର କରିଥିଲେ। କିଛି ଭାବିବା ପୂର୍ବରୁ ଯୁବତଙ୍କଠୁ ଟଙ୍କା ଲୁଟି ନେଇଥିଲେ ଲୁଟେରା। ଏ ନେଇ ବନ୍ଧନ ବ୍ୟାଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *