ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ବାଲେଶ୍ୱର – ବାଲେଶ୍ବର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ତାଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଛନ୍ତି ଯାତ୍ରା କ୍ୱିନ୍‌ ରାଣୀ ପଣ୍ଡା । ପ୍ରଚାର ପାଇଁ ବିଶେଷ ସମ୍ଭଳ ନଥିବା ବେଣୁଧରପାଇଁ ନିଆରା ଢଙ୍ଗରେ ରାଣୀ ବିନା ପାରିଶ୍ରମିକରେ ପ୍ରଚାର କରିଛନ୍ତି। ରାଣୀ ରିକ୍ସାରେ ବେଣୁଙ୍କୁ ବସାଇ ପ୍ରଚାର କରିଛନ୍ତି ।ନାପିତ ବୃତ୍ତି କରି ଚଳୁଥିବା ଭୂମିହୀନ ବେଣୁଧରଙ୍କ ପାଇଁ ରାଣୀପଣ୍ଡା ପ୍ରଚାରର ମଙ୍ଗ ଧରିଥିବା ବେଳେ ତାଙ୍କୁ ରିକ୍ସାରେ ବସାଇ ବୁଲାଉଛନ୍ତି । କେବଳ ସେତିକି ନୁହେଁ ବେଣୁଙ୍କ ପାଇଁ ଏକ ନୂଆ ସାଇକେଲ୍ କିଣିଦେବା ସହ ନିର୍ବାଚନ ପରେ ତାଙ୍କ ପାଇଁ ଏକ ସେଲୁନ୍ ଖୋଲିଦେବେ ବୋଲି ଭରସା ଦେଇଛନ୍ତି ରାଣୀ । ଏଥି ସହ ବାଲେଶ୍ବରର ଗରିବ ପ୍ରାର୍ଥୀ ଭାବେ ବେଣୁଧର ବାରିକଙ୍କୁ ଏଥର ଭୋଟର ବିଧାନସଭା ପଠାଇବେ ବୋଲି ଆଶା ରଖିଛନ୍ତି ।ବେଣୁଧରଙ୍କ ସ୍ୱପ୍ନକୁ ସାକାର କରିବାକୁ ରାଣୀ ଅଣ୍ଟାଭିଡିଛନ୍ତି । ତେବେ ଦେଖିବା କଥା ଯାତ୍ରାରେ ଦର୍ଶକଙ୍କୁ ମତୁଆଲା କରୁଥିବା ରାଣୀ କେତଦୂର ମତଦାତାଙ୍କୁ ପ୍ରଭାବିତ କରି ପାରୁଛନ୍ତି ।

Leave a Reply

Your email address will not be published. Required fields are marked *