ଦେଶଦ୍ରୋହ ମାମଲାରେ କଙ୍ଗନା ରଣାଓ୍ଵତଙ୍କୁ ମୁମ୍ବାଇ ପୋଲିସର ସମନ, ଭଉଣୀଙ୍କୁ ମଧ୍ୟ ନୋଟିସ୍
ମୁମ୍ବାଇ :-ବାନ୍ଦ୍ରା ପୁଲିସ ଦେଶଦ୍ରୋହ ମାମଲାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ଜାରି କରିଛି। ଦୁଇ ଭଉଣୀଙ୍କୁ କ୍ରମଶଃ ସୋମବାର ଓ ମଙ୍ଗଳବାର ଥାନାକୁ ଡକାଯାଇଛି। ଜଣେ ଓକିଲଙ୍କ ପକ୍ଷରୁ ଦାୟର ଅଭିଯୋଗ ଆଧାରରେ ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟ୍ଙ୍କ ଆଦେଶ କ୍ରମେ ଏହି ମାମଲା ରୁଜୁ ହୋଇଛି।
ମୁମ୍ବାଇର ବାନ୍ଦ୍ରା ଥାନାରେ ୨୦୨୦ ଅକ୍ଟୋବର ୧୭ରେ ଓ୍ଵାଦି ମୁନ୍ନଭର ଅଲି ଓରଫ ସାହିଲଙ୍କ ଅଭିଯୋଗ କ୍ରମେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଆଇପିସିର ଧାରା ୧୫୩ଏ, ୨୯୫ଏ, ୧୨୪ଏ ଆଧାରରେ କଙ୍ଗନା ରଣାଓ୍ଵତଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି।
ଦେଶଦ୍ରୋହର ଏହି ମାମଲାରେ ଅଦାଲତ ତୁରନ୍ତ ଆଗାମୀ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ କରିବାକୁ କୋର୍ଟଙ୍କୁ ଆଦେଶ ଦେଇଛନ୍ତି। ଏହା ପରେ ପୁଲିସ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ଜେରା ପାଇଁ ସମନ ଜାରି କରିଛି। ଦୁଇ ଭଉଣୀଙ୍କୁ କ୍ରମଶଃ ସୋମବାର ଓ ମଙ୍ଗଳବାର ଥାନାରେ ହାଜର ହେବାକୁ କୁହାଯାଇଛି।
ବାନ୍ଦ୍ରା କୋର୍ଟରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଅସରଫ ସୈୟଦଙ୍କ ଅଭିଯୋଗ ପରେ ନିକଟରେ କଙ୍ଗନା ଓ ତାଙ୍କ ଭଉଣୀଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବାକୁ ଆଦେଶ ଦେଇଥିଲେ। କୋର୍ଟରେ ଦାଖଲ ଯାଚିକାରେ କୁହାଯାଇଥିଲା ଯେ, କଙ୍ଗନା ରଣାଓ୍ଵତ ଲଗାତାର ଭାବେ ବଲିଉଡକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ସାମାଜିକ ଗଣମାଧ୍ୟମ ମଞ୍ଚଠୁ ନେଇ ଟିଭି ପର୍ଯ୍ୟନ୍ତ, ସବୁ ଜାଗାରେ ବଲିଉଡ ବିରୋଧରେ କହୁଛନ୍ତି। ସେ ସର୍ବଦା ବଲିଉଡରକୁ ପ୍ରୀୟାପ୍ରୀତିତୋଷଣର ଆଡ୍ଡା ବୋଲି ଦର୍ଶାଉଛନ୍ତି।