IPLରେ ବେଟିଂ ଅଭିଯୋଗରେ ତିନି ଗିରଫ, ଲକ୍ଷାଧିକ ଟଙ୍କା ସହ ୫ ମୋବାଇଲ ଜବତ
ଖଲ୍ଲିକୋଟ:- ଆଇପିଏଲ୍ ୧୩ତମ ସିଜିନ ଚାଲିଛି। ଗଞ୍ଜାମ ଅଞ୍ଚଳରେ ଆଇପିଏଲ୍ରେ ବେଟିଂ କାରବାର ଚାଲିଥିବା ବେଳେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ନିକଟରୁ ୧ଲକ୍ଷ ୨୭ହଜାର ୪୫୦ଟଙ୍କା ଜବତ କରିଛି ଆସିକା ପୋଲିସ ।
ଖବର ଅନୁଯାୟୀ, ଆସିକା ଅଞ୍ଚଳରେ ଗତକିଛି ଦିନ ହେଲା ଆଇପିଏଲ୍ ବେଟିଂ କାରବାର ଚାଲିଥିବା ପୋଲିସକୁ ଖବର ମିଳିଥିଲା । ତେବେ ପୋଲିସ ଘଟଣାରେ ତତ୍ପରତା ଦେଖାଇ ବିଳମ୍ବିତ ରାତିରେ ଚଢାଉ କରିଥିଲେ । ପୋଲିସ ଚଢାଉ ସମୟରେ ଆଇପିଏଲ୍ ବେଟିଂ କାରବାର ନେଇ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୧୭ହଜାର ୪୫୦ଟଙ୍କା ଜବତ କରିଛି । ଏହାସହିତ ୫ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଆସିକା ପୋଲିସ । ଆଇପିଏଲ୍ ସମ୍ପର୍କୀତ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ଥାନାରେ ୫୪୯/୨୦ ମାମଲା ରୁଜୁ ହୋଇଥିବା ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।