ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର: ୫ ବର୍ଷରେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବାକୁ ପ୍ରତିଶୃତି

ପାଟନା :- ବିହାର ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଜୋରସୋରରେ ପ୍ରସ୍ତୁତିରେ ଲାଗିଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ ଅକ୍ଟୋବର ୨୮ ତାରିଖରେ ହେବ। ନିର୍ବାଚନ ପ୍ରଚାର ସହ ଘୋଷଣା ପତ୍ର ଜାରି କରିବା ମଧ୍ୟ ଜାରି ରହିଛି। ବିଜେପି ବରିଷ୍ଠ ନେତା ଓ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଦଳର ଘୋଷଣା ପତ୍ର ଜାରି କରିଛନ୍ତି। ବିଜେପି ଏହାକୁ ସଂକଳ୍ପ ପତ୍ର (BJP Manifesto) ନାଁ ଦେଇଛି। ନିର୍ମଳା ସୀତାରମଣ ବିଜେପି ସଂକଳ୍ପ ପତ୍ର ଜରିଆରେ ବିହାର ଜନତାଙ୍କୁ ପ୍ରତିଶୃତି ଦେଇଛନ୍ତି। ବିଜେପି ଏହି ଘୋଷଣା ପତ୍ର ଜରିଆରେ ଯୁବପିଢ଼ି ଓ ଚାଷୀଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛି।

ବିଜେପି ଜାରି କରିଥିବା ଏହି ଘୋଷଣା ପତ୍ର ସହ ଏଜ ଭିଡିଓ ମଧ୍ୟ ରିଲିଜ କରିଛି। ଏହି ଘୋଷଣାପତ୍ରରେ ୫ ବର୍ଷରେ ୫ ଲକ୍ଷ ରୋଜଗାର ଦେବାକୁ ଘୋଷଣା କରାଯାଇଛି। ଏହାସହ ଚାଷୀଙ୍କ ଆୟ ଦୁଇଗୁଣ କରିବା କଥା ମଧ୍ୟ କୁହାଯାଇଛି। ବିଜେପି ବିହାରରେ ଏକ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମଧ୍ୟ ସଂକଳ୍ପ କରିଛି।

ବିହାର ନିର୍ବାଚନକୁ ନେଇ ଗୁରୁବାର ଦିନ ପାଟନାରେ ବିଜେପିର ଘୋଷଣା ପତ୍ର ଜାରି କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟ ବିଜେପି ବିହାରୀ ଭୁପେନ୍ଦ୍ର ଯାଦବ, ରାଜ୍ୟ ଅଧ୍ୟକ୍ଷ ଜୟସୱାଲ, କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ସମେତ ଅନେକ ବଡ ନେତା ପହଞ୍ଚିଛନ୍ତି। ବିଜେପି ଘୋଷଣା ପତ୍ର ଜାରି କରି ରାଜ୍ୟ ସରକାର ମନ୍ତ୍ରୀ ପ୍ରେମ କୁମାର କହିଛନ୍ତି ଯେ ଦଳ ବିହାରକୁ ସୁଧାରିବା କାମ କରିଛି। ଆଗକୁ ଆହୁରି ଉନ୍ନତିମୂଳକ କାର୍ଯ୍ୟ କରିବ। ଜନତାଙ୍କ ଫାଇଦାକୁ ଦୃଷ୍ଟିରେ ରଖି ଘୋଷଣା ପତ୍ର ପ୍ରସ୍ତୁତ ହୋଇଛି। ଘୋଷଣାପତ୍ରରେ ଯୁବପିଢ଼ି, ଚାଷୀ, ଦଳିତ ଛାତ୍ର ସମସ୍ତ ବର୍ଗର ବିକାଶ ସମ୍ପର୍କରେ ଗୁରୁତ୍ତ୍ଵ ଦିଆଯାଇଛି।

Leave a Reply

Your email address will not be published. Required fields are marked *