କଲିକତା ହାଇକୋର୍ଟ ବଦଳାଇଲେ ନିର୍ଦ୍ଦେଶ: ପୂଜା ପେଣ୍ଡାଲରେ ୬୦ ନୁହେଁ ୪୫ ଶ୍ରଦ୍ଧାଳୁ ହୋଇପାରିବେ ଏକାଠି

କଲିକତା:-ପଶ୍ଚିମବଙ୍ଗରେ ଦୁର୍ଗା ପୂଜାର ମଜା ଉଠାଇପାରିବେ ଲୋକେ। ପୂଜା ପେଣ୍ଡାଲକୁ ୪୫ ଜଣ ଏକସଙ୍ଗରେ ପ୍ରବେଶ କରିପାରିବେ। ଏ ନେଇ ହାଇକୋର୍ଟ ଆଜି ଏ ନୂଆ ଆଦେଶ ଦେଇଛନ୍ତି। ତେବେ ପ୍ରଥମେ ୬୦ ଜଣ ପ୍ରବେଶ କରିବାର ଅନୁମତି ଥିଲା । ମାତ୍ର ପରେ ନିଷ୍ପତ୍ତି ବଦଳାଇ ୪୫ ଜଣଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହା ପୂର୍ବରୁ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଦୁର୍ଗା ପୂଜା ପେଣ୍ଡାଲରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ କଟକଣା ରହିଥିଲା।

ହାଇକୋର୍ଟ କହିଛନ୍ତି ଛୋଟ ପେଣ୍ଡାଲର ପ୍ରବେଶ ଦ୍ବାରରୁ ପାଞ୍ଚ ମିଟର ଦୂରତ୍ବରେ ବ୍ୟାରିକେଡ୍ ଲଗାଇବାକୁ ହେବ। ମାତ୍ର ବଡ଼ ମଣ୍ଡପରେ ଏ ଦୂରତ୍ବ ୧୦ ମିଟର ହେବା ଦରକାର। ବିଶେଷଜ୍ଞ ଓ ଡାକ୍ତରମାନେ ଆଶଙ୍କା କରିଥିଲେ ଯେ ଏହି ଉତ୍ସବରେ ନିୟମ ନ ମାନିବା ଦ୍ବାରା ଭାଇରସ ପ୍ରକୋପ ବଢ଼ିପାରେ।

ଏହା ସହ ଯେଉଁ ଦିଶାନିର୍ଦେଶ ଜାରି କରାଯାଇଛି ତାକୁ କଡ଼ାକଡ଼ି ଭାବେ ପାଳନ କରିବା ନେଇ ହାଇକୋର୍ଟ ଆଦେଶ ଦେଇଛନ୍ତି। ଅଦାଲତ ପୋଲିସକୁ ଏ ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି। ଅଦାଲତ କଲିକତା ଓ ଅନ୍ୟ ସ୍ଥାନରେ ଥିବା ପ୍ରମୁଖ ବଜାର ଓ ମଲରେ ବଡ଼ ସଂଖ୍ୟାରେ ଜନସମାବେଶକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *