ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିବ ଏନଏସଏ !
ଭୁବନେଶ୍ବର:- ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ଲାଗିପାରେ । ଏନଏସଏ ଲାଗୁ କରିବାକୁ କମିଶନରେଟ୍ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଦାଦା ବଟି ଆଦାୟ ମାମଲାରେ ଗିରଫ ଗ୍ୟାଙ୍ଗଷ୍ଟାର ରାଜାକୁ ୧୧୦ରେ ବୁକ୍ କରିଛି କମିଶନରେଟ୍ ପୋଲିସ । ଗ୍ୟାଙ୍ଗଷ୍ଟାର ରାଜା ନାଁରେ ଆହୁରି ଅନେକ ସଙ୍ଗୀନ ଅଭିଯୋଗ ରହିଛି ।
ଗତ ୧୭ ତାରିଖରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଗିରଫ କରିଥିଲା ପୋଲିସ । ୨୦ହଜାର ଟଙ୍କା ଦାଦାବାଟି ମାଗିବା ଅଭିଯୋଗରେ ଗିରଫ କରିଥିଲା ପୋଲିସ । ଏହା ପୂର୍ବରୁ ମଧ୍ୟ ଅନେକ ଥର ଦାଦାବଟି ଓ ଅନେକ ଅପରାଧିକ ମାମଲାରେ ରାଜା ଆଚାର୍ଯ୍ୟକୁ ଗିରଫ କରିସାରିଛି ପୋଲିସ ।
୨୦୦୮ରୁ ବିଭିନ୍ନ ମାମଲାରେ ଛନ୍ଦିହୋଇ ଜେଲ୍ରେ ଥିଲେ ଗ୍ୟାଙ୍ଗଷ୍ଟାର ରାଜା । କିଛି ଦିନ ତଳେ ସେ ଜାମିନରେ ଆସିଥିଲେ । ତେବେ ଜାମିନରେ ଆସି ପୁଣି ଥରେ ନିଜର କଳାସାମ୍ରଜ୍ୟ ବଢାଇବାରେ ଲାଗିଥିଲା । ଯାହାକୁ ବ୍ରେକ୍ ଦେଇଛି କମିଶନରେଟ୍ ପୋଲିସ ।