ଭିଜିଲାନ୍ସ ଜାଲରେ ବିପିଏମ୍, ଲାଞ୍ଚ ନେବା ବେଳେ ମାଡି ବସିଲେ ଅଧିକାରୀ

ମାଲକାନଗିରି:- ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବିପିଏମ୍ । ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଶ୍ରୀମନ୍ତ ଅତିବୁଦ୍ଧି ଗାଡି ଭଡା ବାବଦରେ ବିଲ କରିବା ପାଇଁ ୨୦ ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ମିଳିଥିବା ସୂଚନା ମୁତାବକ, ରାକେଶ ଚନ୍ଦ୍ର ଦାସଙ୍କ ବୋଲେରୋ ଗାଡି ମେଡିକାଲରେ ଭଡା ଲାଗିଥିବା ବେଳେ ଏହାର ବିଲ୍ କରାଇ ଦେବା ପାଇଁ ହଇରାଣ କରିବା ସହ ୨୦ ହଜାର ଲାଞ୍ଚ ମାଗିଥିଲେ ବିପିଏମ୍ । ରାକେଶ ଭିଜିଲାନ୍ସକୁ ସୂଚନା ଦେବା ପରେ ମାଲକାନଗିରିର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଏକ ଟିମ୍ ପୋଡ଼ିଆ ମେଡିକାଲରେ ଚଢ଼ାଉ କରିଥିଲେ। ଭିଜିଲାନ୍ସ ଟିମ ଏଥିରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ତାର ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *