ପାର୍ବଣ ପାଇଁ ସତର୍କ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ,ସ୍ଥିତି ନବିଗାଡିବା ପାଇଁ ଦେଲେ ପରାମର୍ଶ

ଭୁବନେଶ୍ୱର,;- ଦଶହରା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ପାର୍ବଣ ରୁତୁରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଦେଶରେ ଲକଡାଉନ ହଟିଛି, ହେଲେ ଭୂତାଣୁ ହଟି ନାହିଁ । କୋଭିଟ ଟିକା ନ ଆସିବା ଯାଏଁ ଆଦୌ ଅବହେଳା କରିବା ନାହିଁ । ଛୋଟିଆ ଧରଣର ଅବହେଳା ବି ପରିବାରର ଖୁସି ଛଡେଇ ନେଇପାରେ ବୋଲି କହିଛନ୍ତି ମୋଦୀ ।କୋଭିଡ ଟିକା ଆସିଲେ କିପରି ସବୁ ନାଗରିକଙ୍କ ପାଖରେ ପହଂଚି ପାରିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଦେଶବାସୀଙ୍କ ସମୂହ ଉଦ୍ୟମ ଓ ଦୀର୍ଘ ୭-୮ ମାସ ଧରି କରିଥିବା ତ୍ୟାଗ ଯୋଗୁଁ ଆଜି ଦେଶର ସ୍ଥିତିରେ ସୁଧାର ଆସୁଛି । ବିକଶିତ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣରେ ସୁଧାର ଆସୁଛି । ସଂକ୍ରମଣ ହାର ଓ ମୃତ୍ୟୁ ହାର ଆମେରିକା ଓ ବ୍ରାଜିଲ ଠାରୁ କମ ରହିଛି । ଦେଶରେ ଅର୍ଥନୈତିକ ଗତିବିଧି ବଢିଛି, ଧିରେ ଧିରେ ସବୁ ସ୍ୱାଭାବିକ ହେଉଛି । କୋଭିଡ ବିରୋଧୀ ଲଢେଇରେ ଟେଷ୍ଟ ସଂଖ୍ୟା ବଢିବା ବଡ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ପାର୍ବଣରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଶୀତ ଋତୁରେ କରୋନା ଭୟଙ୍କର ରୂପ ନେଇପାରେ । ତେଣୁ ଟୀକା ନବାହାରିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ।

Leave a Reply

Your email address will not be published. Required fields are marked *