କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡାଙ୍କ ନାଁରେ ଦିଆଗଲା ଏତଲା

କେନ୍ଦ୍ରପଡା:- ଓଡିଶା ପୋଲିସର କାର୍ଯ୍ୟକଳାପକୁ ପାକିସ୍ଥାନ ସହିତ ତୁଳନା କରିବା ପ୍ରସଙ୍ଗରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାମରେ ଏତଲା ଦିଆଯାଇଛି l “ଯୁବ ଅଭିଯାନ” ପକ୍ଷରୁ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଏତଲା ଦିଆଯାଇଛି l

ଏତଲାରେ ଦର୍ଶା ଯାଇଛି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ଼ ଓଡ଼ିଶାର ମର୍ଯ୍ୟାଦା ହାନି କରିଛି l ତେଣୁ ବୈଜୟନ୍ତଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ l ଏ ପ୍ରସଙ୍ଗରେ ସେ କ୍ଷମା ମାଗନ୍ତୁ ବୋଲି ଅନୁଷ୍ଠାନର ସଭାପତି ବିଶ୍ୱଭୂଷଣ ମହାପାତ୍ର ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *