ବାଇକ୍ ଦୁର୍ଘଟଣାରେ ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ
ବାରିପଦା,:-ସଡକ ଦୁର୍ଘଟଣାରେ ଜଣେ ୨୫ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବାରିପଦା ସହରର ୱାର୍ଡ ନଂ ୪ ସ୍ଥିତ ଲାଲବଜାରର ସରୋଜ ପଟ୍ଟନାୟକଙ୍କ ଏକ ମାତ୍ର ପୁତ୍ର ପ୍ରନିସ ପଟ୍ଟନାୟକ ।
ସୂଚନା ମୁତାବକ ରବିବାର ଅପରାହ୍ନରେ ପ୍ରିନ୍ସ ତାଙ୍କ ସାଙ୍ଗମାନଙ୍କ ସହିତ ଦେଉଳି ଜମ୍ଭୀରା ଡ୍ୟାମ ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ମୁନିସିବନ୍ଧ ନିକଟରେ ଦୁର୍ଘଟଣା ଘଟିଥିଲା । ପ୍ରିନ୍ସଙ୍କ ସଂପର୍କୀୟ ଭାଇ ଦୀପକ ପଟ୍ଟନାୟକଙ୍କ ସୂଚନା ମୁତାବକ ଏକ କଳାପଲସର ବାଇକ୍ରେ ପ୍ରିନ୍ସ ଓ ତାଙ୍କ ଜଣେ ସାଙ୍ଗ ଦେଉଳି ଆଡୁ ଫେରୁଥିଲେ । ପ୍ରିନ୍ସ ବାଇକ୍ ଚଳାଉଥିଲେ । ହଠାତ୍ ଏକ ଖାଲରେ ପଡି ଭାରସାମ୍ୟ ହରାଇବାରୁ ଉଭୟ ବାଇକରୁ ଛିଟିକି ପଡିଥିଲେ । ଏଥିରେ ପ୍ରିନ୍ସ ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ପ୍ରିନ୍ସଙ୍କ ଅନ୍ୟ ଦୁଇସାଙ୍ଗ ଦୀପକଙ୍କୁ ରବିବାର ରାତି ପ୍ରାୟ ୮ଟା ୨୦ରେ ଫୋନ କରିଥିଲେ । ସଙ୍ଗେ ସଙ୍ଗେ ଦୁର୍ଘଟଣା ସ୍ଥଳରରୁ ପ୍ରିନ୍ସ ଓ ତାଙ୍କ ସାଙ୍ଗକୁ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ସଂକଟାପନ୍ନ ଥିବା ଲକ୍ଷ୍ୟ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରିନ୍ସଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ମେଡିକାଲ କଲେଜକୁ ସ୍ଥାନା ନ୍ତରିତ କରାଯାଇଥିଲା । ମାତ୍ର ବାଟରେ ପ୍ରାୟ ୩ଟା ପରେ ପରେ ତାଙ୍କର ଜୀବନ ଚାଲିଯାଇଥିଲା ।
କଟକ ବଡ ଡାକ୍ତରଖାନାରେ ଭୋର ଭୋର ପ୍ରାୟ ୪ଟା ୨୫ରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଣୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଶବକୁ ଧରି ବାରିପଦା ଫେରିଥିଲେ । ସୋମବାର ଅପରାହ୍ନରେ ବାରୁଣୀଘାଟ ସ୍ଥିତ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଯାଇଛି ।