ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ,

ଭୁବନେଶ୍ୱର:-ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ର ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ । ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଜାରି ରହିଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜନସ୍ବାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ ଜାରି ରହିଛି । ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନଗୁଡିକ- ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟ, ଭୁବନେଶ୍ବର ନୟାପଲ୍ଲୀସ୍ଥିତ ଦୁଇ ମହଲା ଘର, ବାଲିଅନ୍ତା ନୂଆଗାଁସ୍ଥିତ ଆପାର୍ଟମେଣ୍ଟ, ବାଲିଅନ୍ତା ନହରକଣ୍ଟାସ୍ଥିତ ବାସଭବନ, ବାଲିଅନ୍ତା କୁରୁଣ୍ଟିସ୍ଥିତ ସମ୍ପର୍କୀୟ ଏବଂ ବ୍ରହ୍ମପୁର ବିଦ୍ୟାନାଥପୁର ଅଯୋଧ୍ୟାନଗରସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି ରେଡ୍‌ ।

Leave a Reply

Your email address will not be published. Required fields are marked *