ରାଜ୍ୟରେ କମୁଛି ସଂକ୍ରମଣ ! ଚିହ୍ନଟ ହେଲେ ଦୁଇ ହଜାରରୁ କମ,

ଭୁବନେଶ୍ଵର:–ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ବଢିବାରେ ଲାଗିଛି ସୁସ୍ଥ ସଂଖ୍ୟା। ରାଜ୍ୟରେ ଆଜି ନୂତନ ଆକ୍ରାନ୍ତ ସଂଖ୍ୟା ୨ ହଜାରରୁ କମ ରହିଛି।  କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୩୮ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ସୋମବାର ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ କଟକ ଜିଲ୍ଲାରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡରୁ ୧୫୪, ବାଲେଶ୍ଵରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡରୁ ୧୦୦, ଯାଜପୁରରୁ ୯୫, କେନ୍ଦ୍ରାପଡାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି।ସେହି ପରି ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡାରୁ ୪୬, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୦, ନୟାଗଡରୁ ୪୦, ବୌଦ୍ଧରୁ ୨୪, ରାୟଗଡାରୁ ୨୦, ଗଞ୍ଜାମରୁ ୧୮, ଦେବଗଡରୁ ୧୭ ଓ ଗଜପତିରୁ ୬ ଜଣ କରୋନା ମୁକ୍ତ ହୋଇଛନ୍ତି।ଉଲ୍ଲେଖନୀୟ ଗତ ୨୪ ଘଣ୍ଟାରେ ଓଡିଶାରୁ ୧୯୮୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୩୬୪ରେ ପହଞ୍ଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୭୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି ଆଉ ୧୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୫୨କୁ ବୃଦ୍ଧି ଘଟିଛି।

Leave a Reply

Your email address will not be published. Required fields are marked *