ମହଙ୍ଗା ପଡ଼ିଲା ଜନ୍ମଦିନ ଆୟୋଜନ; ସିଲ୍ ହେଲା ବାର୍
ଭୁବନେଶ୍ବର:- କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ବାର୍ । ଭୁବନେଶ୍ବର ଇନଫୋସିଟି ରୋଡ୍ରେ ଥିବା ଏକ ବାର୍କୁ ସିଲ୍ କରିଛି କମିଶନରେଟ୍ ପୋଲିସ ।
ଏହି ବାର୍ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କମିଶନରେଟ୍ ପୋଲିସ ପକ୍ଷରୁ ବାର୍ଟିକୁ ସିଲ୍ କରି ଦିଆଯାଇଛି ।
ଜନ୍ମଦିନ ପାଳନ ଉତ୍ସବ ବେଳେ କିଛି ଲୋକ ମାସ୍କ ପିନ୍ଧିଥିବା ବେଳେ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ପାଇ ପୋଲିସ ସଂପୃକ୍ତ ବାର୍ରେ ରେଡ୍ କରାଯାଇଥିଲା । ରେଡ୍ ପରେ ବାର୍କୁ ସିଲ୍ କରିଛି ପୋଲିସ ।