ରାଜ୍ୟରେ ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର :- ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି।

ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୨୬ ହେଉଛି ଲୋକାଲ୍ କେସ୍‌। 

ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୯୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୦୦ ଜଣ, କଟକରୁ ୧୪୫ ଜଣ, ଅନୁଗୁଳରୁ ୧୧୯ ଜଣ,ମୟୂରଭଞ୍ଜରୁ ୧୦୭ ଜଣ,ସୁନ୍ଦରଗଡ଼ରୁ ୯୯ ଜଣ, ବଲାଙ୍ଗୀର ୮୮ ଜଣ, ବାଲେଶ୍ବର ଓ ଯାଜପୁରରୁ ୮୬ ଜଣ ଲେଖାଏଁ, ପୁରୀ ୭୨ ଜଣ, କେନ୍ଦ୍ରାପଡ଼ାରୁ ୬୫ ଜଣ, ଭଦ୍ରକରୁ ୬୩ ଜଣ, କେନ୍ଦୁଝରରୁ ୫୯ ଜଣ, ଢ଼େଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ୫୫ ଜଣ ଲେଖାଏଁ,ନବରଙ୍ଗପୁରରୁ ୫୨ ଜଣ, ଝାରସୁଗୁଡାରୁ ୫୦ ଜଣ, ବରଗଡ଼ରୁ ୪୬ ଜଣ,ସୋନପୁରରୁ ୪୫ ଜଣ, କଳାହାଣ୍ଡିରୁ ୪୩ ଜଣ,କୋରାପୁଟରୁ ୪୨ ଜଣ, ମାଲକାନଗିରିରୁ ୪୧ ଜଣ, ସମ୍ବଲପୁରରୁ ୩୮ ଜଣ, ନୂଆପଡ଼ାରୁ ୩୭ ଜଣ, ନୟାଗଡ଼ରୁ ୩୩ ଜଣ, ଗଞ୍ଜାମରୁ ୨୪ ଜଣ, କନ୍ଧମାଳରୁ ୨୩ ଜଣ, ଦେବଗଡ଼ରୁ ୧୪ ଜଣ, ବୌଦ୍ଧରୁ ୧୧ ଜଣ, ଗଜପତିରୁ ୧୦ ଜଣ, ରାୟଗଡ଼ରୁ ୧୦ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୭୦ ହଜାର ୩୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୨ ହଜାର ୩୦୪ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୪୬ ହଜାର ୮୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୧୩୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୦ ଲକ୍ଷ ୮୨ ହଜାର ୦୬୩ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *