୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତ ହେଲେ ୨୦୧୯, ଆରୋଗ୍ୟ ହେଲେ ୨୬୧୦

ଭୁବନେଶ୍ଵର:- ରାଜ୍ୟରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଦିନ ଥିଲା ଦୈନିକ ୪ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେବା ସହ ସେହି ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିଲେ। ଏବେ ସେହି ସଂଖ୍ୟା ୩ ହଜାର ଭିତରେ ରହିଛି।  ସଂକ୍ରମିତଙ୍କ ତୂଳନାରେ ଅଧିକ ସୁସ୍ଥ ହେଉଛନ୍ତି। କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନି। ଏହି କ୍ରମରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୧୦ କୋଭିଡ୍-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟକାରୀଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛି।

ସେହି ପରି ପୁରୀ ଜିଲ୍ଲାରୁ ୫୪, ସୋନପୁରରୁ ୫୩, କଳାହାଣ୍ଡିରୁ ୫୨, କୋରାପୁଟରୁ ୫୦, କନ୍ଧମାଳରୁ ୪୫, ନୟାଗଡରୁ ୪୧, ଗଞ୍ଜାମରୁ ୩୪, ଢେଙ୍କାନାଳରୁ ୩୦, ମାଲକାନଗିରିରୁ ୨୮, ବୌଦ୍ଧରୁ ୧୮, ଦେବଗଡରୁ ୧୩, ଗଜପତିରୁ ୧୨ ଓ ରାୟଗଡାରୁ ୧୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ପରେ କଟକ ଜିଲ୍ଲାରୁ ୨୦୪, ସୁନ୍ଦରଗଡରୁ ୧୭୧, ଅନୁଗୁଳରୁ ୧୪୮, ଯାଜପୁରରୁ ୧୧୯,  ବାଲେଶ୍ଵରରୁ ୧୧୩, ସମ୍ବଲପୁରରୁ ୧୦୯, ମୟୂରଭଞ୍ଜରୁ ୯୯, ବଲାଙ୍ଗିରରୁ ୯୫, ନବରଙ୍ଗପୁରରୁ ୯୧, ବରଗଡରୁ ୮୩, ଜଗତସିଂହପୁରରୁ ୭୮, ଭଦ୍ରକରୁ ୬୯, ଝାରସୁଗୁଡାରୁ ୬୮, କେନ୍ଦୁଝରରୁ ୬୧, ନୂଆପଡାରୁ ୬୧ ଆଦି ରୋଗୀ କରୋନାରୁ ମୁକ୍ତ ହୋଇଛନ୍ତି।ଉଲ୍ଲେଖନୀୟ ଗତ ୨୪ ଘଣ୍ଟାରେ ଓଡିଶାରୁ ୨୦୧୯ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୮ ହଜାର ୩୬୪ରେ ପହଞ୍ଚିଛି। ସେଥିରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୪୬ ହଜାର ୮୩୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଆଉ ୧୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ପରେ ମୃତକଙ୍କ ସଂଖ୍ୟା ୧୧୩୫କୁ ବୃଦ୍ଧି ଘଟିଛି। ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ହ୍ରାସ ପାଉନାହିଁ।

Leave a Reply

Your email address will not be published. Required fields are marked *