ବଢୁଛି ଆରୋଗ୍ୟଙ୍କ ସଂଖ୍ୟା, ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୨୮୫୦

ଭୁବନେଶ୍ଵର:-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସଂକ୍ରମିତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୧୩୮ ଚିହ୍ନଟ ହୋଇଥିବା ବେଳେ ୨୮୫୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାର ୩୮୫ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୩ କରୋନାରୁ ମୁକ୍ତ ହୋଇଛନ୍ତି। ସେହି ପରି କଟକ ଜିଲ୍ଲାରୁ ୧୮୪, ପୁରୀରୁ ୧୪୭, ଅନୁଗୁଳରୁ ୧୩୮, ସମ୍ବଲପୁରରୁ ୧୩୭, କେନ୍ଦ୍ରାପଡାରୁ ୧୩୩, ବରଗଡରୁ ୯୮, ନବରଙ୍ଗପୁରରୁ ୮୯, ଯାଜପୁରରୁ ୮୭, ସୁନ୍ଦରଗଡରୁ ୮୫, ମୟୂରଭଞ୍ଜରୁ ୮୨ , ଜଗତସିଂହପୁରରୁ ୮୯, ସୋନପୁରରୁ ୮୦, ବଲାଙ୍ଗିରରୁ ୭୨, ଝାରସୁଗୁଡାରୁ ୭୨, ବାଲେଶ୍ଵରରୁ ୬୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ସେହି ପରି ଢେଙ୍କାନାଳରୁ ୬୬, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୫, କନ୍ଧମାଳରୁ ୪୮, ମାଲକାନଗିରିରୁ ୪୨, ବୌଦ୍ଧରୁ ୪୧, ନୂଆପଡାରୁ ୪୧, ନୟାଗଡରୁ ୩୭, ଗଞ୍ଜାମରୁ ୩୬, ଭଦ୍ରକରୁ ୩୧, ରାୟଗଡାରୁ ୨୭, କୋରାପୁଟରୁ ୨୬, ଦେବଗଡରୁ ୧୫ ଓ ଗଜପତିରୁ ୩ ଜଣ ଆରୋଗ୍ୟଲାଭ କରିଛନ୍ତି।

Leave a Reply

Your email address will not be published. Required fields are marked *