ପୁରୀ ସିଂହଦ୍ୱାରରେ ପତିତପାବନଙ୍କ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତାବ

ପୁରୀ:- ସିଂହଦ୍ୱାରରେ ପୂଜା ପାଉଥିବା ପତିତପାବନଙ୍କର ହେବ ନାଗାର୍ଜ୍ଜୁନ ବେଶ । ଶ୍ରୀମନ୍ଦିର ଖୋଲୁ ନଥିବାରୁ କୋଟି କୋଟି ଜଗନ୍ନାଥ ପ୍ରେମୀ କିଭଳି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କରିପାରିବେ ସେଥିପାଇଁ ଅନଲାଇନ ବା ଲାଇଭ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । ତେବେ କାର୍ତିକ ମାସ ଶେଷ ପର୍ଯ୍ୟନ୍ତ ମନ୍ଦିର ନଖୋଲିବାକୁ ମତାମତ ଦେଇଛନ୍ତି ଅଧିକାଂଶ ସେବାୟତ ଓ ବୁଦ୍ଧିଜୀବୀ ।

ପତିତଜନଙ୍କ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ପୂଜା ପାଉଛନ୍ତି ପତିତପାବନ । ଯେଉଁମାନେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ସେମାନେ ପତିତପାବନଙ୍କ ଦର୍ଶନ କରିଥାନ୍ତି । ହେଲେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦଥିବାରୁ ପତିତପାବନଙ୍କୁ ଅବିକଳ ନାଗାର୍ଜ୍ଜୁନ ବେଶ କରି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି ସେବାୟତ । କହିଛନ୍ତି,
– ନଭେମ୍ବର ୨୭ରେ ମହାପ୍ରଭୁଙ୍କର ଦୁଲର୍ଭ ବେଶ ନାଗାର୍ଜ୍ଜୁନ ବେଶ ହେବ
– ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ପୂଜା ପାଉଥିବା ପତିତପାବନଙ୍କୁ ଅବିକଳ ନାଗାର୍ଜ୍ଜୁନ ବେଶ କରାଯାଉ
– ପତିତପାବନଙ୍କ ଏହି ନାଗାର୍ଜ୍ଜୁନ ବେଶକୁ ଲାଇଭ ବା ଅନଲାଇନରେ ଦର୍ଶନ ବ୍ୟବସ୍ଥା କରାଯାଉ
– ରଥଯାତ୍ରା ଭଳି କଟକଣା ସହିତ ଦର୍ଶନ ବ୍ୟବସ୍ଥା କରାଯାଉ

Leave a Reply

Your email address will not be published. Required fields are marked *