ଜଗି ଓ ବୈଜୟନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ଚନ୍ଦ୍ରାଣୀ
କେନ୍ଦୁଝର:-କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି ଏମଡି ଜଗି ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସାଂସଦଙ୍କର ସମ୍ମାନ ହାନୀ କରିବାକୁ ଚେଷ୍ଟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଅଭିଯୋଗ କରିଛନ୍ତି ଯେ, ବିବାଦୀୟ ଭିଡିଓ ପଛରେ ଓଟିଭିର ଜଣେ ସାମ୍ବାଦିକଙ୍କ ହାତ ରହିଛି । ଉଦ୍ଦୋଶ୍ୟମୂଳକ ଭାବେ ଜାଲ୍ ନଗ୍ନ ଭିଡିଓ କରାଯାଇଥିଲା । ଏପରିକି ତାଙ୍କର ସମ୍ମାନହାନି କରିବା ପାଇଁ ଚେଷ୍ଟା କରାଯାଇଥିଲା । ଆଦିବାସୀ ମହିଳା ସାଂସଦ ଭାବେ ସେ ନ୍ୟାୟ ଅପେକ୍ଷାରେ ଥିବା କହିଛନ୍ତି ।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସାମ୍ବାଦିକ ନାଁରେ ଜଣେ ଅଭିଯୁକ୍ତଙ୍କୁ ଓଟିଭି ଘଣ୍ଟ ଘୋଡାଉଛି । ଜଗି ଓ ଜୟ ପଣ୍ଡା ଏହାକୁ ଭିନ୍ନ ପ୍ରସଙ୍ଗ କରୁଛନ୍ତି । ଏପରିକି ଜାତୀୟ ଗଣମାଧ୍ୟମରେ ସାମ୍ବାଦିକ ଆକ୍ରମଣ ପ୍ରସଙ୍ଗ ଉଠାଯାଉଛି ବୋଲି ସାଂସଦ ଅଭିଯୋଗ କରିଛନ୍ତି ।