ବହୁଚର୍ଚ୍ଚିତ ପୁରୀ ରେଳପୋଡି ମାମଲା,ମୁଖ୍ୟ ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରଙ୍କୁ ପାଞ୍ଚବର୍ଷ ଜେଲଦଣ୍ଡ

ଭୁବନେଶ୍ୱର:-୨୦୧୫ ନଭେମ୍ବର ୧୨ତାରିଖ ବହୁଚର୍ଚ୍ଚିତ ପୁରୀ ରେଳପୋଡି ମାମଲାର ରାୟ ଆଜି ପ୍ରକାଶ ପାଇଛି। ମୁଖ୍ୟ ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନକୁ ପାଞ୍ଚବର୍ଷ ଜେଲଦଣ୍ଡ ସହ ୫୦ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି କୋଟ। ୪୦ଜଣ ସାକ୍ଷ୍ଯ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍ କମ୍ ସିଜେଏମ ଡ. ଇନ୍ଦୁ ଶର୍ମା। ପାଞ୍ଚବର୍ଷ ତଳେ ପୁରୀ ଷ୍ଟେସନର ୨.୩.ଓ ୬ ନମ୍ବର ପ୍ଲାଟଫର୍ମରେ ତିନୋଟି ଟ୍ରେନରେ ନିଆଁ ଲଗାଇଥିଲା ଅଭିଯୁକ୍ତ ରାମଚନ୍ଦ୍ରନ। ଘଟଣା ଘଟିବାର ପରଦିନ ସଂନ୍ଧ୍ଯାରେ ଜିଆରପି ପୁଲିସ ପ୍ଲାଟଫର୍ମରେ ସଂନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ତାକୁ ଗିରଫ କରିଥିଲା। ତା ନିକଟରୁ ଗୋଟିଏ ଛୁରୀ, ବ୍ଲେଡ୍ ଓ ଡିଆସିଲି ଜବତ ହୋଇଥିଲା। ପରବର୍ତ୍ତୀ ସମୟରେ ଆତଙ୍କବାଦୀ କାର୍ଯ୍ଯକଳାପ ଆଶଙ୍କା କରି NIAକୁ ମାମଲା ହସ୍ତାନ୍ତର କରାଯାଇଥିଲା। ମାତ୍ର କିଛି ମାସ ମଧ୍ୟରେ ଏହା ଆତଙ୍କବାଦୀ କାର୍ଯ୍ଯ ପରିସର ନଥିବାରୁ NIA ମାମଲାରୁ ଓହରି ଯାଇଥିଲା। ପୁନର୍ବାର ଜିଆରପି ହାତକୁ ଆସିଥିଲା ମାମଲା। ସେବେଠାରୁ ସେ ଜେଲରେ ଅଛି। ଆଉ ମାସେ ପରେ ସଜା ସମାପ୍ତ ହେବ।

Leave a Reply

Your email address will not be published. Required fields are marked *