କର୍ମଚାରୀ ଆତ୍ମହତ୍ୟା ଘଟଣାରେ ସୋରୁମ ମାଲିକ ଗିରଫ,

ଭଦ୍ରକ:-କର୍ମଚାରୀ ଆତ୍ମହତ୍ୟା ଘଟଣାରେ ଭଦ୍ରକ ପୋଲିସ  ସଂଗୀତା ମୋଟର୍ସ ମାଲିକ ଚନ୍ଦନ ସାହାଙ୍କୁ ଗିରଫ କରିଛି । ମୃତ କର୍ମଚାରୀ ନିଜ ଆତ୍ମହତ୍ୟା ପାଇଁ ଚନ୍ଦନ ସାହାଙ୍କୁ ଦାୟୀ କରି ସୁଇସାଇଡ଼ ନୋଟ ଲେଖିଥିଲେ । ଯାହା ଆଧାରରେ ପୋଲିସ ତଦନ୍ତ କରି ମାଲିକଙ୍କୁ ଗିରଫ କରିଛି ।

ଗତ ଜୁଲାଇ ୧ ତାରିଖରେ ଟ୍ରାକ୍ଟର ଓ ବାଇକ ସୋରୁମ ସଂଗୀତା ମୋଟର୍ସର ଜଣେ କର୍ମଚାରୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସୁଇସାଇଡ୍ ନୋଟରେ କର୍ମଚାରୀଜଣଙ୍କ ମୃତ୍ୟୁର କାରଣ ଓ ସୋରୁମ ମାଲିକ କିପରି ନିର୍ଯାତନା ଦେଉଥିଲେ ସେନେଇ ଲେଖିଥିଲେ ।

ସୂଚନାନୁଯାୟୀ, ଗାବସାହି ଅଞ୍ଚଳର ଚିତ୍ତ ରଞ୍ଜନ ଜେନା ଦୀର୍ଘଦିନ ହେବ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ୧ତାରିଖରେ ତାଙ୍କର ମୃତଦେହ ସୋରୁମରୁ ମିଳିଥିଲା । ନିକଟରୁ ଏକ ବିଷ ବୋତଲ ମଧ୍ୟ ମିଳିଥିଲା । ମୃତଦେହ ନିକଟରୁ ମିଳିଥିବା ଏକ ସୁଇସାଇଡ ନୋଟରେ ଚିତ୍ତଙ୍କୁ ମାଲିକ ବିଭିନ୍ନ ପ୍ରକାରର ମାନସିକ ନିର୍ଯାତନା ଦେଇଥିବା ଲେଖିଥିଲେ ।ଟ୍ରାକ୍ଟର ନେଇଥିବା ଲୋକଙ୍କ ଠାରୁ ବକେୟା ଟଙ୍କା ଆଣିବାକୁ ଚାପ ପକାଉଥିଲେ । ପରେ ଚିତ୍ତ ମଧ୍ୟ ଟଙ୍କା ବାକି ରଖିଥିବା ବହୁ ମାଲିକଙ୍କ ନିକଟରୁ ଟ୍ରାକ୍ଟର ନେଇଆସିଥିଲେ ।  ଏମିତି କି ମାଲିକ ତାଙ୍କୁ ମାଡ ମାରୁଥିବା ନିଜ ଶେଷ ଚିଠିରେ ଲେଖିଥିଲେ ।

Leave a Reply

Your email address will not be published. Required fields are marked *