ମମତା ବାନାର୍ଜୀ କହିଲେ ପଶ୍ଚିମବଙ୍ଗରେ ହୋଇସାରିଲାଣି କରୋନା ଗୋଷ୍ଠୀ ସଂକ୍ରମଣ,

କୋଲକାତା:-ରାଜ୍ୟରେ କରୋନାର ଏବେ ଗୋଷ୍ଠୀ  ସଂକ୍ରମଣ ହେଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଏହା କହିଛନ୍ତି। କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବାର ପ୍ରମାଣ ମଧ୍ୟ ଆମେ ପାଇଥିବା ସେ ଦାବି କରିଛନ୍ତି। ରାଜ୍ୟରେ ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏପରି ବୟାନ ଏବେ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି।ରବିବାର ପଶ୍ଚିମବଙ୍ଗରେ ୩ହଜାର ୬୧୨ ନୂଆ କୋଭିଡ-୧୯ ମାମଲା ପୁଷ୍ଟି ହୋଇଛି। ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣର ଏହା ପ୍ରଥମ ଘଟଣା। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୯୪ ହଜାର ୮୦୬ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ୬୨୨ରେ ପହଞ୍ଚିଛି।ରାଜ୍ୟରେ ଏପରି କେତେକ ମାମଲାରୁ ସଂକ୍ରମଣ ଏବେ ବାୟୁରେ ବ୍ୟାପୁଥିବାର ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି। ଏହା ଛଡା ଇତିମଧ୍ୟରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଥିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଆଶଙ୍କା ପ୍ରକାଶ କରିବା ଆସନ୍ତା ପୂଜା ଆୟୋଜନକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ ଗତ ୨୪ ଘଣ୍ଟା ଅର୍ଥାତ ରବିବାର ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ଶନିବାର ରାଜ୍ୟରେ ୩ ହଜାର ୧୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫ

Leave a Reply

Your email address will not be published. Required fields are marked *