ରାସ୍ତାରେ ଜନଶୁଣାଣୀ କଲେ ସାଂସଦ
କୋଭିଡ କଟକଣା ଭାଙ୍ଗି ଜନ୍ମ ଦିନ ସେଲିବ୍ରେସନ କରିଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯାଳୟ ସିଲ ପରେ ଆଜି ରାସ୍ତା କଡରେ ଜନଶୁଣାଣି କରିଛନ୍ତି ସାଂସଦ । ବିଏମସି କାଯ୍ୟଳୟ ସିଲ କରିଥିବା ପ୍ରତିବାଦରେ ସାଂସଦ ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି କାଯ୍ୟଳୟ ସାମ୍ନାନାରେ ଜଣ ଶୁଣାଣି କରିଥିଲେ । ଏହି କାଯ୍ୟକ୍ରମରେ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଅଫିସ୍ ସିଲ୍ ହୋଇଥିବାରୁ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୁଲ ବୁଲି କାଯ୍ୟ ଅଫିସ କରିବେ ବୋଲି ସାଂସଦ କହିଛନ୍ତି । ରାସ୍ତାକଡରେ ଜନଶୁଣାଣି ହେଉଥିବାରୁ ସାମାଜିକ ଦୂରତା କିଭଳି ମେଣ୍ଟନ ହେବ ତାହା ଶାସନର କାମ ବୋଲି ସାଂସଦ କହିଛନ୍ତି ।. ଏହାସହ ୮ ଟି ପ୍ରଶ୍ନକୁ ନେଇ ସେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ହେଲେ ବିଏମସିର ନୋଟିସ ଆଧାରରେ ଜନ୍ମଦିନ ସେଲିବ୍ରେସନରେ ସାମିଲ ଥିବା ଲୋକଙ୍କ ତାଲିକା ଦେବା ସମ୍ବବ ନୁହେଁ ବୋଲି କହିଛନ୍ତି ସାଂସଦ ।