ଗୁଇନ୍ଦା ଡିଆଇଜି ଅନୁପ ସାହୁଙ୍କ ନାମରେ ଫେକ ଆକାଉଣ୍ଟ,
ଭୁବନେଶ୍ୱର:-ସାଇବର ଅପରାଧି ପୂର୍ବରୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ଠକେଇ କରୁଥିଲେ। ଏନେଇ ଥାନାରେ ଏକାଧିକ ଅଭିଯୋଗ ହେଲେ ମଧ୍ୟ ପୋଲିସ ସାଇବର ଅପରାଧିଙ୍କୁ ଗିରଫ କରି ପାରୁନି। ଯାହାଫଳରେ ଏବେ ସାଇବର ଅପରାଧି ଆଇପିଏସ ମାନଙ୍କୁ ଟାର୍ଗେଟ କରୁଛନ୍ତି। କିଛିଦିନ ପୂର୍ବରୁ ରେଲୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଫେକ ଆକାଉଣ୍ଟ ଖୋଲି ସାଇବର ଅପରାଧି ତାଙ୍କ ପରିଜନ ଏବଂ ବନ୍ଧୁ ମାନଙ୍କୁ ଟଙ୍କା ମାଗିଥିଲେ। ଏହିଭଳି ଆଉ ଜଣେ ଆଇପିଏସ୍ଙ୍କ ନା ରେ ଫେକ୍ ଫେସବୁକ ଆକାଉଣ୍ଟ ଖୋଲା ଯାଇଛି।
ଗୁଇନ୍ଦା ବିଭାଗ ଡିଆଇଜି ଅନୁପ ସାହୁଙ୍କ ନା ରେ ସୋସିଆଲ ମିଡ଼ିଆରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ଏନେଇ ଡ଼ିଆଇଜି ଅନୁପ ନିଜେ ସୂଚନା ଦେବା ସହ ଏହି ଆକାଉଣ୍ଟରୁ ଫ୍ରେଣ୍ଡ୍ ରିକ୍ୱେଷ୍ଟ ଗ୍ରହଣ ନ କରିବାକୁ ଅନୁରୋଧ କରିଛନ୍ତି ।










