ରାଜଧାନୀରେ ପୁଣି ମାତିଲେ ଏଟିଏମ ତଡ଼ା ଲୁଟେରା ଗ୍ୟାଙ୍ଗ,ପଟିଆ ଷ୍ଟେସନ ନିକଟରୁ ଲୁଟିନେଲେ 28ଲକ୍ଷ ଟଙ୍କା

 

ଭୁବନେଶ୍ୱର: -ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆଇନ ଶୁଙ୍ଖଳା ବିଗିଡ଼ି ବାରେ ଲାଗିଛି। ଵରୀମୁଣ୍ଡ ଏବଂ ନନ୍ଦନବିହାର ଅଞ୍ଚଳରୁ ବ୍ୟାଙ୍କ ଲୁଟ ହେବା ପରେ ପୁଣି ଏଟିଏମ ତାଡି ଲୁଟ ହୋଇଛି।

ଇନଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ କାଟି ATMରୁ ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍‌ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ମଧ୍ୟ ଯାଞ୍ଚ କରାଯାଇଛି। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *