ରାସ୍ତାରେ ଘୋଷାଡି ଶାଶୁଙ୍କୁ ବୋହୁ ନିସ୍ତୁକ ମାଡ ମାରୁଥିବା ଭିଜୁଆଲ୍ ଭାଇରାଲ୍

ହାଇଦ୍ରାବାଦ- ଶାଶୁଙ୍କୁ ବୋହୁ ଚୁଟି ଭିଡି ନିସ୍ତୁକ ମାଡ ମାରୁଥିବାର ଭିଜୁଆଲ୍‌ ଭାଇରାଲ୍‌ ହୋଇଛି ।ହାଇଦ୍ରାବାଦରେ ଏହି ଘଟଣା ଘଟିଛି । ସମ୍ପତି ବିବାଦରୁ ଏହି ଘଟଣା ଘଟିଥିବା ପୁଲିସ କହିଛି । ଉଭୟ ଶାଶୁ ଓ ବୋହୁ ପରସ୍ପର ବିରୋଧରେ ଆକ୍ରମଣର ମାମଲା ଥାନାରେ ଦାୟର କରିଛନ୍ତି ।ଆଗରୁ ମଧ୍ୟ ସମ୍ପତ୍ତିକୁ ନେଇ ସେମାନେ ପରସ୍ପର ବିରୋଧରେ ମାମଲା ରୁଜୁ କରିଥିଲେ ।

ହାଇଦ୍ରାବାଦର ହୁମାୟୁନ ନଗର । ଏଠାରେ ତାସନିମା ସୁଲତାନ ଏବଂ ତାଙ୍କ ପରିବାର ଲୋକ ରୁହନ୍ତି । ତାଙ୍କ ପୁଅ ବୋହୁଙ୍କ ସହ ତାଙ୍କର ପଡେ ନାହିଁ । ସମ୍ପତ୍ତିକୁ ନେଇ ପରସ୍ପର ମଧ୍ୟରେ ବିବାଦ ରହିଥିଲା । କେହି କାହାର ମୁହଁ ଚାହିଁବାପାଇଁ ଚାହୁଁ ନଥିଲେ । ମାତ୍ର ଏହି ଝଗଡା ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ରାସ୍ତା ମଝିରେ ମାଡ ମରା ମରି ହୋଇଥିଲେ । ୫୫ ବର୍ଷୀୟ ଶାଶୁଙ୍କୁ ତାଙ୍କ ବୋହୁ ଏବଂ ପିଲାମାନେ ଚୁଟି ଘୋଷାଡି ମାଡ ମାରିଥିଲେ ।ବୋହୂ ତାଙ୍କ ଶାଶୁଙ୍କୁ ମୁଥ ମାରିବା ସହ ଗୋଇଠା ମାରିଥିଲେ । ଏହାପରେ ଉଭୟ ଥାନାକୁ ଯାଇ ଉଭୟଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାର ତଦନ୍ତ କରିବା ସହ ସମ୍ପତି ବିବାଦ ଯୋଗୁଁ ଆକ୍ରମଣ ହୋଇଥିବା ସୂଚନା ଦେଇଛି ।ତସନିମାଙ୍କୁ ବାରମ୍ବାର ଏପରି ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛ। ତାଙ୍କ ପୁଅ ସାଉଦି ଆରବରେ କାମ କରୁଛନ୍ତି । ୨୦୧୮ ମସିହାରେ ଏହି ମହିଳାଙ୍କୁ ଫୋନ୍‌ରେ ବିବାହ କରିଥିଲେ । ଏହାପରେ ମାସେ ଆସି ମହିଳାଙ୍କ ସହ ରହିଥିଲେ । ତା ପରଠାରୁ ସେ ସାଉଦି ଆରବରେ ରହୁଛନ୍ତି । ହେଲେ ତାଙ୍କ ବୋହୁ ସବୁ ବେଳେ ତାଙ୍କୁ ଆକ୍ରମଣ କରୁଛି । ଏଥର ତା ମାଆଙ୍କ ସହ ମିଶି ସେ ଆକ୍ରମଣ କରିଛି । ଘରେ ଇଲେକ୍ଟ୍ରିସିଟି ଏବ ପାଣିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ କଳି ହୋଇଥିଲା ।

Leave a Reply

Your email address will not be published. Required fields are marked *