ଖଣ୍ଡଗିରି ଫ୍ଲାଏ ଓଭର କାମ ପାଇଁ ଟ୍ରାଫିକ୍‌ କଟକଣା, ରାତି ୧୧ରୁ ସକାଳ ୫ ଟା ଯାଏ ୱାନ୍‌ ୱେ ଟ୍ରାଫିକ୍‌

ଭୁବନେଶ୍ୱର,:-ଖଣ୍ଡଗିରି ଫ୍ଲାଏ ଓଭର କାମ ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଟ୍ରାଫିକ୍‌ କଟକଣା କରାଯାଇଛି । ରାତି ୧୧ ଟା ରୁ ସକାଳ ୫ ଟା ଯାଏଁ ଖଣ୍ଡଗିରି ଥାନା ପାଖ ରାସ୍ତାକୁ ୱାନ୍‌ ୱେ ବ୍ୟବସ୍ଥା କରାଯାଇଛି । ଏହି ବ୍ୟବସ୍ଥା ଆସନ୍ତା ୨ ମାସ ଧରି ଚାଲିବ ବୋଲି କମିଶନରେଟ୍‌ ପୁଲିସ୍‌ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ମାତ୍ର ସାଢ଼େ ୪ ଶହ ମିଟର ଯାଏଁ ୱାନ୍‌ ୱେ କରାଯାଇଛି । ଅର୍ଥାତ ଖଣ୍ଡଗିରି ଛକରୁ କୋଳଥିଆ ଟ୍ରାଫିକ୍‌ ଛକ ପର୍ଯ୍ୟନ୍ତ ଏହା ୱାନ୍‌ ୱେ ହେବ ।ଟ୍ରାଫିକ୍‌ ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଖଣ୍ଡଗିରି ଫ୍ଲାଏ ଓଭର କାମ ଦ୍ରୁତ ଗିତରେ ଚାଲୁଛି । ଜାତୀୟ ରାଜପଥ ନଂ ୧୬ରେ ଦିନବେଳା ଲୋକଙ୍କ ଯିବା ଆସିବା ଅଧିକ ହେଉଥିବାରୁ କାମ କରିବାକୁ ଅସୁବିଧା ହେଉଛି । ତେବେ ଏଥିପାଇଁ ରାତିରେ ଅଧିକ ସମୟ କାମ କରାଯିବ ବୋଲି ଠିକା ସଂସ୍ଥା ଯୋଜନା କରିଛି । ରାତି ୧୧ ଟା ପରେ ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିବା ଲୋକମାନେ କୋଳଥିଆ ଛକରେ ଅଟକିବେ । ଡାହଣ ପାଶ୍ୱର୍ ଦେଇ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଆସିବେ । ଖଣ୍ଡଗିରି ଛକରୁ ବାମ ପଟ ରାସ୍ତା ଦେଇ ବରମୁଣ୍ଡା ଫ୍ଲାଏ ଓଭର ଦେଇ ଯିବେ । ଦିନ ବେଳା କୌଣସି କଣକଣା ନାହିଁ । ତା’ଛଡା ରାତି ସମୟରେ ଯଦି ୱାନ୍‌ ୱେ ଜାମ ରହିବ ତା’ହେଲେ କୋଳଥିଆ ଭିତରେ ପଶି ଆମ୍ରି ହସ୍ପିଟାଲ୍‌- ଜୟଦେବ ବାଟିକା ରାସ୍ତା ଦେଇ ଜାତୀୟ ରାଜପଥକୁ ଯିବେ । ରାତି ସମୟରେ ଫ୍ଲାଏ ଓଭର ବ୍ରିଜ୍‌ କାମ କରୁଥିବା ଠିକା ସଂସ୍ଥା ପକ୍ଷରୁ ଘରୋଇ ସୁରକ୍ଷାକର୍ମୀ ଉପସ୍ଥିତ ରହି ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ।

Leave a Reply

Your email address will not be published. Required fields are marked *