ମନ୍ଦିର ପରିସରରେ କୁକୁର ମଳତ୍ୟାଗ ଘଟଣା : ନିଆଯିବ କାର୍ଯ୍ୟାନୁଷ୍ଠାନ, ଟ୍ୱିଟ୍ କରି ସୂଚନା ଦେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର :-ବକ୍ରେଶ୍ୱର ମନ୍ଦିର ଭିତରେ କୁକୁର ମଳତ୍ୟାଗ କରୁଥିବା ଫଟୋ ଭାଇରାଲ ହେବା ପରେ ତତ୍ପର ହୋଇଛି କମିଶନରେଟ୍ ପୋଲିସ । ଏହି ଘଟଣାକୁ ନେଇ ବିବାଦ ହେବା ପରେ ପୁରୁଣା ପୋଷା କୁକୁରକୁ ମଳତ୍ୟାଗ କରାଇବା ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି କମିଶନରେଟ୍‌ ପୋଲିସ୍।

ସୂଚନାନୁସାରେ, ଶୁକ୍ରବାର ଦିନ ଜଣେ ବ୍ୟକ୍ତି ମନ୍ଦିର ପରିସରରେ ପୋଷା କୁକୁରକୁ ମଳତ୍ୟାଗ କରାଇଥିଲେ । ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲା ହୋଇଥିଲା। ଏହାପରେ ତତ୍ପରତା ଦେଖାଇଥିଲା କମିଶରେଟ୍‌ ପୁଲିସ୍।

ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ତୋଫାନ ସାମନ୍ତରାୟ ବୋଲି ସୂଚନା ରହିଛି। ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ଆଧାରରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *