ହାଥରସ୍ ମାମଲାରେ ନକ୍ସଲ ଲିଙ୍କ୍ !ପୀଡିତାଙ୍କ ନକଲି ଭାଉଜ ହୋଇ ଷଡଯନ୍ତ୍ର ରଚୁଥିଲେ ମହିଳା

ହାଥରସ:-ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ଯାଞ୍ଚ ଜାରି ରହିଛି । ଏ ଭିତରେ ଶନିବାର ହାଥରସ ଘଟଣାରେ ନକ୍ସଲ ଲିଙ୍କ୍ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ଏସଆଇଟି ମଧ୍ୟ ପ୍ରଦେଶର ଜବଲପୁରରେ ରହୁଥିବା ମହିଳାଙ୍କୁ ଖୋଜିବାରେ ଲାଗିଛି । କୁହାଯାଉଛି ଯେ, ସନ୍ଦିଗ୍ଧ ନକ୍ସଲ  ମହିଳା ପୀଡିତାଙ୍କ ଘରେ ତାଙ୍କ ଭାଉଜ ହୋଇ ରହିଥିଲେ । ଏସଆଇଟି ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଯେ, ୧୬ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପୀଡିତାଙ୍କ ଘରେ ରହି ନକ୍ସଲ ମହିଳା ବଡ ଧରଣର ଷଡଯନ୍ତ୍ର ରଚୁଥିଲେ । ଏହା ପୂର୍ବରୁ ପୋଲିସ ଶୁକ୍ରବାର ଦିନ କହିଥିଲା ଯେ, ଏହି ମାମଲାରେ ଜଡିତ ଫଣ୍ଡ ମାମଲାରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ଭୀମ ଆର୍ମିର ଲିଙ୍କ୍ ଥିବା ଜଣାପଡିଛି ।

ହାଥରସ ମାମଲାର ଯାଞ୍ଚ କରୁଥିବା ଏସଆଇଟି ସୂତ୍ରରୁ ପ୍ରକାଶ ଯେ, ନକ୍ସଲ ମହିଳା ଓଢଣା ପକାଇ ପୋଲିସ ଏବଂ ଏସଆଇଟି ଟିମ୍ ସହ କଥାବାର୍ତ୍ତା କରୁଥିଲା । ଘଟଣାର ଦୁଇ ଦିନ ପରେ ସନ୍ଦିଗ୍ଧ ମହିଳା ପୀଡିତାଙ୍କ ଗାଁରେ ପହଞ୍ଚିଯାଇଥିଲେ । ପୀଡିତାଙ୍କ ଘରେ ରହି ମହିଳା ଜଣଙ୍କ ତାଙ୍କ ଘର ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଭାଉଜ ହୋଇ ରହିଥିବା ନକ୍ସଲ ମହିଳାଙ୍କ କଲ୍ ଡିଟେଲ୍ସରୁ କେତେକ ରୋଚକ କଥା ସାମ୍ନାକୁ ଆସିଛି ।

ସୁରକ୍ଷା ଏଜେନ୍ସୀଙ୍କ ସୂଚନା ଅନୁସାରେ ବିଦେଶୀ ଫଣ୍ଡିଂ ସହ ନକ୍ସଲ ଲିଙ୍କ୍ ଉପର ୟୁପି ପୋଲିସ ଏବଂ ଏସଆଇଟି ଟିମ୍ କାମ କରୁଛି । ଏହା ପୂର୍ବରୁ ଏସଆଇଟି ଟିମ୍ ର ଯାଞ୍ଚରେ ପ୍ରଥମେ ଜାତୀୟ ଏବଂ ସାମ୍ପ୍ରଦାୟିକ ଦଙ୍ଗାର ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଥିଲା । ପୋଲିସ ସଂପୃକ୍ତ ମହିଳା ନକ୍ସଲ ଏବଂ ତାଙ୍କ ସହଯୋଗୀଙ୍କୁ ଖୋଜିବାରେ ଲାଗିଛି । ଏ ପର୍ଯ୍ୟନ୍ତ ୪ ଡଜନରୁ ଅଧିକ ଲୋକଙ୍କ ସହ ଏସଆଇଟି ଟିମ୍ ପଟରାଉଚରା କରିସାରିଛି । ହାଥରସ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିସାରିଛି । ଯେଉଁମାନେ ପିଏଫଆଇର ସଦସ୍ୟ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *