ରାଜ୍ୟରେ ଚିହ୍ନଟ ହେଲେ ୨୮୫୪ କରୋନା ସଂକ୍ରମିତ, ୨୪୯୬୯୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:-ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୮୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୯୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୫୯ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୧୯୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୧ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧୬ଜଣ, ବରଗଡ଼ ଜିଲ୍ଲାରୁ ୯୫ଜଣ, ଭଦ୍ରକ ଜିଲ୍ଲାରୁ ୬୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୯୭ଜଣ, ବୌଦ୍ଧ ଜିଲ୍ଲାରୁ ୨୦ଜଣ, କଟକ ଜିଲ୍ଲାରୁ ୨୪୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୩ଜଣ, ଗଜପତି ଜିଲ୍ଲାରୁ ୧୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୯ଜଣ, ଜଗତସିଂହପୁର ଜିଲ୍ଲାରୁ ୬୮ଜଣ, ଯାଜପୁର ଜିଲ୍ଲାରୁ ୯୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୮ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦୫ଜଣ, କନ୍ଧମାଳ ଜିଲ୍ଲାରୁ ୪୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୧ଜଣ, କେନ୍ଦୁଝର ଜିଲ୍ଲାରୁ ୬୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୯୩ଜଣ, କୋରାପୁଟ ଜିଲ୍ଲାରୁ ୪୬ଜଣ, ମାଲକାନଗିରି ଜିଲ୍ଲାରୁ ୬୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୯୨ଜଣ, ନୟାଗଡ଼ା ଜିଲ୍ଲାରୁ ୬୫, ନୂଆପଡ଼ା ଜିଲ୍ଲାରୁ ୮୩ଜଣ, ପୁରୀ ଜିଲ୍ଲାରୁ ୧୧୪ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୫ଜଣ, ସୋନପୁର ଜିଲ୍ଲାରୁ ୭୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୪୩ଜଣ, ଷ୍ଟେଟ୍‌ ପୁଲ୍‌ରୁ ୮୮ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୪୯୬୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୨୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୨୦୩୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୭୧୦୫୯୨ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Leave a Reply

Your email address will not be published. Required fields are marked *