ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି : ୧୬ ସୁଦ୍ଧା ସରିବ ନୋମିନେସନ,

ଭୁବନେଶ୍ୱର,:-ରାଜ୍ୟର ଖାଲିପଡିଥିବା ଦୁଇ ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବାଜିଛି ବିଗୁଲ । ୧୬ ତାରିଖ ସୁଦ୍ଧା ସରିବ ନାମାଙ୍କନ ପତ୍ର ଦାଖଲ । ନଭେମ୍ବର ୩ ତାରିଖ ଭୋଟଦାନ ହେବାକୁ ଥିବାରୁ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଦେଇଛନ୍ତି କସରତ । ତେବେ କୋଭିଡ ଗାଇଡ ଲାଇନ୍ କୁ ଦେଖି କିଭଳି ପ୍ରଚାର ହେବ ଏବଂ ଭୋଟଦାନ ପ୍ରକ୍ରିୟା କିପରି ରହିବ ସେନେଇ ବିସ୍ତୃତ ସୂଚନା ରଖିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ନୋମିନେସନ ଫାଇଲ ପାଇଁ ୨ଟି ଗାଡି ବ୍ୟବହାର ହେବ । ପ୍ରଚାର ପାଇଁ ଜିଲ୍ଲା ପ୍ରଶାସନ ସ୍ଥାନ ନିର୍ଦ୍ଧାରଣ କରିବେ । ସଭାସ୍ଥଳରେ କେତେ ଲୋକ ରହିପାରିବେ ସେ ନିଷ୍ପତ୍ତି ନେବ ସ୍ଥାନୀୟ ପ୍ରଶାସନ । ଏଥର ଭୋଟରଙ୍କ ପାଇଁ କିଛି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶାରୀରିକ ଅକ୍ଷମ, ବୟସ୍କ ଓ କୋଭିଡ୍ ସସପେକ୍ଟଙ୍କ ପାଇଁ ପୋଷ୍ଟାଲ ବ୍ୟାଲଟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସେମାନେ ଆଗୁଆ ଆପ୍ଲିକେସନ ଦେବାକୁ ପଡିବ। ଘରକୁ ଘର ବୁଲି ପ୍ରଚାର ପାଇଁ ପ୍ରାର୍ଥୀଙ୍କ ସାଙ୍ଗରେ କେବଳ ୫ ଜଣ ରହିବା ପାଇଁପାଇଁ  ଅନୁମତି ଦିଆଯାଇଛି । ଏହାବାଦ୍ ଭୋଟର ମାନଙ୍କ ଥର୍ମାଲ ସ୍କାନିଂ କରାଯିବା ସହ ସେମାନେ ମାସ୍କ ଓ ଗ୍ଲୋବସ ପିନ୍ଧି ଭୋଟଦାନ କରିବା ବ୍ୟବସ୍ଛା ହୋଇଛି ।ସେପଟେ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ  ସେମାନଙ୍କ ପ୍ରାର୍ଥିଙ୍କ ନାଁ ଘୋଷଣା କରିନଥିଲେ ହେଁ ଗ୍ରାଉଣ୍ଡରେ ତାତି ଦେଖାଗଲାଣି । ଉପନିର୍ବାଚନ ହେଉଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରତି ବ୍ଲକ ଓ ପଞ୍ଚାୟତରେ ମନ୍ତ୍ରୀ ଓ ବିଧାୟକଙ୍କୁ  ଦାୟିତ୍ବ ଦେଇ ସାରିଲାଣି । ସେମାନେ ବି ନିଜ ଦାୟିତ୍ବ ମୁତାବକ କାମ ଆରମ୍ଭ କରିଦେଲେଣି । ସେପଟେ କଂଗ୍ରେସର ରାଜ୍ୟ ପ୍ରଭାରୀ  ଚେଲ୍ଲା କୁମାର ଓଡିଶା ଗସ୍ତରେ ଆସି ଦଳର ପ୍ରାର୍ଥୀ କିଏ ହେବ  ଏବଂ ଦଳର ରଣନୀତି କଣ ରହିବ ସେନେଇ ଘନଘନ ମିଟିଂ ଜାରି ରଖିଛନ୍ତି । ଅନ୍ୟପଟେ ଏହି ଦୁଇ ନିର୍ବାଚନ ମଣ୍ଡଳୀରୁ ବିଜେପି ସଦର ବିଜେପି ହାତରେ ଥିବାରୁ ଏଥର ସେହି ସିଟକୁ କିଭଳି ରଖାଯିବ ସେନେଇ ଦଳ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହାବାଦ୍ ତିର୍ତ୍ତୋଲରେ ବି ଦଳ ବଡ ଚକମା ଦେବାକୁ ସଜବାଜ ହେଉଛି

Leave a Reply

Your email address will not be published. Required fields are marked *