୧୨ରେ ଏକକ ପିଜି ପ୍ରବେଶିକା ପରୀକ୍ଷା,

ଭୁବନେଶ୍ୱର:- ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା । ଚଳିତବର୍ଷ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା କରାଯାଇଛି।

ସ୍ନାତକୋତ୍ତର ପଢ଼ିବା ପାଇଁ ଏକକ ପରୀକ୍ଷା। ପୋଷ୍ଟ ଗ୍ରାଜୁଏସନ ପାଇଁ କମନ ଏଣ୍ଟ୍ରାନ୍ସ ।  ପିଜି  ଆଶାୟୀଙ୍କୁ ଏଣିକି  ଅଲଗା ଅଲଗା ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ପାଇଁ ଅଉ ଭିନ୍ନ ଭିନ୍ନ ଆବେଦନ କରିବାକୁ ପଡିବନି।  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କଳା ର  ପ୍ରଶ୍ନପତ୍ର  ପ୍ରସ୍ତୁତ କରିଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟ ବାଣିଜ୍ୟ ଏବଂ  ସମ୍ବଲପୁର ବିଶ୍ବବିଦ୍ୟାଳୟ  ସାଇନ୍ସର  ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି । ୧୨ରୁ   ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା।  ୮୩ଟି ଷ୍ଟ୍ରିମ୍ ରେ ଚଳିତ ଥର ନାମଲେଖା ହେଉଛି।  ୧୦୦ ରୁ ୭୦ ମାର୍କ ଏଣ୍ଟ୍ରାନ୍ସ ଏବଂ ୩୦ ମାର୍କ କ୍ୟାରିଅରକୁ ନେଇ ସିଲେକ୍ସନ କରାଯିବ । ସାମ୍‌ସ  ମାଧ୍ୟମରେ ଏହି ପରୀକ୍ଷା କରାଯିବ।

୮୩ଟି ବିଷୟରେ ୧୪,୭୦୦ ଆସନ ପାଇଁ ୬୨୨୦୦ ଆଶାୟୀ ଆବେଦନ କରିଛନ୍ତି।  ୨୬ଟି ସେଣ୍ଟରରେ ଛାତ୍ରଛାତ୍ରୀ କରୋନା ଗାଇଡଲାଇନ ଭିତରେ ପରୀକ୍ଷା ଦେବେ। ଆଜି ସକାଳ ସୁଦ୍ଧା ୬୦୦୦ ଆଡମିଟ୍ କାର୍ଡ  ଡାଉନଲୋଡ୍ କରିନଥିବାରୁ ଏହା ଯୋଗାଯୋଗରେ ସମସ୍ୟା ସୃଷ୍ଟି କରୁଛି।  ପ୍ରଶ୍ନପତ୍ର ଏବଂ ଏମଆର ସିଟ୍ ସେଣ୍ଟର ଗୁଡିକରେ ପହଞ୍ଚି ସାରିଛି ।    ରାଜ୍ୟ ସରକାର ସ୍କୁଲ କଲେଜ ଖୋଲିବା ନେଇ ନିଷ୍ପତ୍ତି ନନେଲେ  ଅନଲାଇନ୍  ପାଠ ପଢାହେବ ।  କୋବିଡ଼ ରୋଗୀ ବି ଦେଇପାରିବେ ପରୀକ୍ଷା। ସେମାନଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ୍ ରୁମ ବ୍ୟବସ୍ଥା ହେବ।

Leave a Reply

Your email address will not be published. Required fields are marked *