ହାଥରସ୍ ପୀଡିତାଙ୍କ ପରିବାର ଲୋକଙ୍କ ବଢିଲା ସୁରକ୍ଷା: ଘରେ ଲାଗିଲା ସିସିଟିଭି

ହାଥରସ୍:- ହାଥରସ୍ ଗଣଦୁଷ୍କର୍ମ ମାମଲାର ପୀଡିତାଙ୍କ ପରିବାର ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି। ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ସୁପ୍ରିମକୋର୍ଟରେ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେବାର ଭରସା ଦେଇଛନ୍ତି। ଏହାପରେ ଏବେ ବୁଧବାର ପ୍ରଥମେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସୁରକ୍ଷାକର୍ମୀଙ୍କୁ ଯୋଗାଇ ଦିଆଯାଇଛି ଓ ଘରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି।ଜଏଣ୍ଟ ମାଜିଷ୍ଟ୍ରେଟ୍ ପ୍ରେମ ପ୍ରକାଶ ମୀଣାଙ୍କ କହିବା ଅନୁସାରେ, ଏଠାରେ ସିସିଟିଭି କ୍ୟାମେରା ଅଲଗା ଅଲଗା ସ୍ଥାନରେ ଲଗାଯାଉଚି, ଏଥିପାଇଁ ପରିବାର ଲୋକଙ୍କ ସହମତି ନିଆଯାଇଛି। ସେ କହିଛନ୍ତି ସମସ୍ତ ପଦକ୍ଷେପ ସରକାରଙ୍କ ପକ୍ଷରୁ ନିଆଯାଇଛି। ଏହା ସହିତ ୟୁପି ସରକାରଙ୍କ ଗୃହ ବିଭାଗଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ୨୪ ଘଣ୍ଟା ପରିବାର ସଦସ୍ୟଙ୍କ ସହିତ ଏବେ ଦୁଇଜଣ ବଡିଗାର୍ଡ ରହିବେ। ପୀଡିତାଙ୍କ ପରିବାର ଘର ବାହାରେ PAC ର ୧୮ ଜଣ ଯବାନଙ୍କୁ ମୁତୟନ କରାଯାଇଛି। ଘର ଭିତରେ ମଧ୍ୟ ହେଡ୍ କନଷ୍ଟେବଳଙ୍କ ବ୍ୟତୀତ ୬ ଅନ୍ୟ ଗାର୍ଡ(୪ ପୁରୁଷ, ୨ ମହିଳା) ରହିବେ। ଘରର ପ୍ରବେଶ ଦ୍ବାରରେ ଏବେ ୨ ଜଣ ସବଇନ୍ସପେକ୍ଟର ସିଫ୍ଟ ଅନୁସରେ ମୁତୟନ ରହିବେ, ଯିବା ଆସିବା କରୁଥିବା ଲୋକଙ୍କ ବିଷୟରେ ସୂଚନା ଦେବେ। ପ୍ରବେଶ ଦ୍ବାରାରେ ଏବେ ମେଟାଲ ଡିଟେକ୍ଟର ମଧ୍ୟ ଲଗାଇ ଦିଆଯାଇଛି।ଉଲ୍ଲେଖନୀୟ ଯେ, ପୀଡିତାଙ୍କ ପରିବାର ପକ୍ଷରୁ କୁହାଯାଇଥିବା ତାଙ୍କ ଗାଁରେ ବିପଦ ରହିଛି। ଏଭଳି ପରିସ୍ଥିତିରେ ତାଙ୍କର ସୁରକ୍ଷାକୁ ବଢାଇ ଦିଆଯାଇଛି।  ଏହାଛଡା ସୁପ୍ରିମକୋର୍ଟ ମଧ୍ୟ ହାଥରସ୍ ମାମଲାର ଶୁଣାଣି ବେଳେ ୟୁପି ସରକାରଙ୍କୁ ପରିବାରର ସୁରକ୍ଷା ଗ୍ୟାରେଣ୍ଟି ମାଗିଥିଲେ। ଏହାପରେ ରାଜ୍ୟ ସରକାର ନିଜର ସତ୍ୟପାଠ​‌ରେ ପରିବାରର ସୁରକ୍ଷା କଥା କହିଥିଲେ।

Leave a Reply

Your email address will not be published. Required fields are marked *