ପେଟ୍ରୋଲ ପମ୍ପରେ ବିସ୍ଫୋରଣ: ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡା କହିଲେ, ‘ଅଳ୍ପକେ ବର୍ତ୍ତିଗଲେ ଶ୍ରେୟା’

ଭୁବନେଶ୍ବର:-ଆଜି ଭୁବନେଶ୍ବର ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ବଡ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ପାଖାପାଖି ୧୦/୧୨ ଜଣ ଆହାତ ହୋଇଥିବା ବେଳେ କିଛି ଗୁରୁତର ମଧ୍ୟ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା, ଦେଖଣାହାରୀଙ୍କ ଛାତି ଥରି ଉଠିଥିଲା।ଏହି ବିସ୍ଫୋରଣର ପ୍ରଭାବ କେତେ ଭୟାବହ ଥିଲା, ସେ ସଂପର୍କରେ  ଆଇପିଏସ୍‌ ଅଧିକାରୀ ତଥା ଟ୍ରାନ୍ସପୋର୍ଟ କମିଶନର ସଞ୍ଜୀବ ପଣ୍ଡା ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି, ରାଜଭବନ ନିକଟରୁ ମାତ୍ର କିଛି ମିଟର ଦୂରରେ ତାଙ୍କ ଘର। ଦିନ ପାଖାପାଖି ୧ଟା ୧୦ ମିନିଟ୍ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଶବ୍ଦ ଏତେ ଜୋର୍ ଥିଲା ଯେ, ପୁରା ଆଖପାଖ ଅଞ୍ଚଳ କମ୍ପନ କରିଥିଲା। ବିସ୍ପୋରଣ ସମୟରେ ତାଙ୍କ ଝି୍ଅ ଶ୍ରେୟା ପାଠ ପଢ଼ୁଥିଲେ। ସେ ପାଠ ପଢ଼ିବା ବେଳେ ହଠାତ୍ ଏହି ବିସ୍ଫୋରଣ ହୋଇଥିଲା। ସେହି ରୁମ୍‌ ଝରକାରେ ଲାଗିଥିବା କାଚ ଭାଙ୍ଗି ତାଙ୍କ ଝିଅ ଉପରେ ପଡିଥିଲା। କାଚ ଗୁଡିକ ଚାରିଆଡେ ଛିନ୍‌ଛତର ହୋଇ ପଡିଥିଲା। ସୌଭାଗ୍ୟବଶତଃ ତାଙ୍କ ଝିଅ ଶ୍ରେୟାଙ୍କର କିଛି କ୍ଷତି ହୋଇ ନାହିଁ।

Leave a Reply

Your email address will not be published. Required fields are marked *