ଓଡ଼ିଶାର ୩୦ଜିଲ୍ଲାରୁ ୩୩୨୬ ଜଣ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ଟପିଲା
ଭୁବନେଶ୍ୱର:-ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୩୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯୪୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୩୮୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୨ ହଜାର ୭୧୩ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଓଡିଶାର ୩୦ଟି ଜିଲ୍ଲାରୁ ୩୩୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୩୮ଜଣ, କଟକରୁ ୨୬୮ ଜଣ, ଯାଜପୁରରୁ ୧୪୮ଜଣ, ନୂଆପଡ଼ାରୁ ୧୪୭ ଜଣ, ପୁରୀରୁ ୧୪୦ ଜଣ, ମୟୂରଭଞ୍ଜରୁ ୧୩୧ ଜଣ, ଅନୁଗୁଳରୁ ୧୧୯ଜଣ , ବାଲେଶ୍ବରରୁ ୧୨୨ ଜଣ,ଝାରସୁଗୁଡାରୁ ୧୦୭ ଜଣ, ସମ୍ବଲପୁରରୁ ୧୦୭ ଜଣ, ବଲାଙ୍ଗିରରୁ ୧୦୩ ଜଣ ,କେନ୍ଦୁଝରରୁ୧୦୧ ଜଣ, ବରଗଡ଼ରୁ ୯୪,ସୁନ୍ଦରଗଡ଼ରୁ ୯୩ ଜଣ, ଢେଙ୍କାନାଳରୁ ୮୫ ଜଣ ,ଜଗତସିଂହପୁରରୁ ୮୦ ଜଣ ,କଳାହାଣ୍ଡିରୁ ୭୭ ଜଣ, ନବରଙ୍ଗପୁର ଓ ନୟାଗଡ଼ରୁ ୬୧ଜଣ ଲେଖାଏଁ, କନ୍ଧମାଳରୁ ୬୦ ଜଣ, ଗଞ୍ଜାମରୁ ୫୭ ଜଣ, ବୌଦ୍ଧରୁ ୫୪ ଜଣ,ରାୟଗଡ଼ାରୁ ୫୩ ଜଣ, କୋରାପୁଟରୁ ୪୫ ଜଣ, ଭଦ୍ରକରୁ ୩୬ ଜଣ,ସୋନପୁରରୁ ୨୫ ଜଣ, ଗଜପତିରୁ ୨୨ଜଣ, ଦେବଗଡ଼ରୁ ୨୧ଜଣ, ମାଲକାନଗିରିରୁ ୧୯ ଜଣ,ଏବଂ ଷ୍ଟେଟ ପୁଲ୍ରୁ ୧୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୩୨ ହଜାର ୭୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୩ ହଜାର ୫୫୯ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧ ଲକ୍ଷ ୯୮ ହଜାର ୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯୦୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୩୪ ଲକ୍ଷ ୪୦ ହଜାର ୮୩୫ ସାମ୍ପୁଲ ଟେଷ୍ଟ୍ ହୋଇଛି।