ପାକିସ୍ତାନ ସଂସଦରେ କରୋନା ଭୟ: ବାଚସ୍ପତିଙ୍କ ପରେ ଏବେ ୪ ସାଂସଦ କରୋନା ସଂକ୍ରମିତ
ଇସଲାମାବାଦ:-ପାକିସ୍ତାନର ୪ ଜଣ ସାଂସଦ କରୋନା ପଜିଟିଭ। ସେମାନଙ୍କ ଭିତରେ ଅଛନ୍ତି ମୌଲାନା ଅତା ଉର ରହମାନ, ମିର୍ଜା ମହମ୍ମଦ ଆଫରିଦି, ଆବିଦା ମହମ୍ମଦ ଅଜିମ ଓ ସିନେଟର ଫିଦା ମହମ୍ମଦ। ଏହି ସମସ୍ତେ କରେରନର ଭାଇରସ ସଂକ୍ରମିତ ବୋଲି ଜରାପହିଛି। ଏହା ପୂର୍ବରୁ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିର ବାଚସ୍ପତି ଅସଦ କେସର କରୋନା ଭାଇରସ୍ ପଜିଟିଭ ବୋଲି ଜଣାପଡିଥିଲେ।
ପାକିସ୍ତାନରେ କରୋନା ଭାଇରସ ମାମଲା ଖୁବ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପଞ୍ଜାବ ଓ ସିନ୍ଧ ଅଞ୍ଚଳରେ ଏହା ଖୁବ୍ ଅଧିକ ରହିଛି। ଏଭଳି ୨୫ ହଜାରରୁ ଅଧିକ ମାମଲା ସାମନାକୁ ଆସିସାରିଛି। ଏହା ପାକିସ୍ତାନର ମୋଟ ମାମଲାରେ ସବୁଠାରୁ ଅଧିକ। ପାକିସ୍ତାନରେ ଏପର୍ଯ୍ୟନ୍ତ ୩୭,୩୭୦ ଜଣ କରୋନା ସଂକ୍ରମିତ ହୋଇସାରିଛନ୍ତି।










