ହାଥରସ୍‌ ମାମଲାର ହେବ ସିବିଆଇ ତଦନ୍ତ

ଲକ୍ଷ୍ନୌ :-– ହାଥରସ୍‌ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଯିବ ସିବିଆଇ ହାତକୁ । ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାର ଏହି କେସ୍‌ର ତଦନ୍ତ କେନ୍ଦ୍ରୀୟ ଏଜେନ୍ସି ସହ କରିବାକୁ  ସୁପାରିଶ କରିଛନ୍ତି ।  ଏହି କେସ୍‌ରେ ଏବେ ଏସ୍‌ଆଇଟି ତଦନ୍ତର ପ୍ରାରମ୍ଭିକ ରିପୋର୍ଟ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଛି । ଏବେ ଆଗକୁ ତଦନ୍ତ ଜାରି ରହିଛି ।

ଶନିବାର ଦିନ ଉତ୍ତର ପ୍ରଦେଶ  ମୁଖ୍ୟମନ୍ତ୍ରୀଙ୍କ ଅଫିସର  ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରୁ ଜାରି ଟ୍ୱିଟ୍‌ରେ ଲେଖାଯାଇଛି ।  ଏହା ପୂର୍ବରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ଏହି ମାମଲା ଉପରେ ଟ୍ୱିଟ୍‌ କରି ଲେଖିଥିଲେ – “ଉତ୍ତର ପ୍ରଦେଶରେ  ମାତା ଓ ଭଉଣୀମାନଙ୍କ ସମ୍ମାନ- ସ୍ୱାଭିମାନକୁ କ୍ଷତି ପହଞ୍ଚାଇବାର ବିଚାର ରଖୁଥିବା ବ୍ୟକ୍ତିଙ୍କର ସମୂଳ ନାଶ ସୁନିଶ୍ଚିତ ।  ଏମାନଙ୍କୁ ଏମିତି ଦଣ୍ଡ  ମିଳିବ , ଯାହା ଭବିଷ୍ୟତରେ ଉଦାହରଣ ହୋଇ ରହିବ ।  ଆପଣଙ୍କର ୟୁପି ସରକାର ପ୍ରତ୍ୟେକ ମାତା- ଭଉଣୀଙ୍କର ସୁରକ୍ଷା ଓ ବିକାଶ ହେତୁ  ସକଳ୍ପବଦ୍ଧ । ଏହା ଆମର ସକଳ୍ପ ଆଉ ବଚନ ମଧ୍ୟ ।  “

ସୂଚନା ଯେ, ଏହି ମାମଲାରେ ଆରମ୍ଭରେ ୟୁପି ପୁଲିସ୍‌ ଓ ଜିଲ୍ଲା ପ୍ରଶାସନର ଅବହେଳାର ଅନେକ ପ୍ରମାଣ ମିଡ଼ିଆ ସାମନାକୁ ଆସିଥିଲା । ଯାହାପରେ  ବିରୋଧି ନେତାମାନଙ୍କ ସହ ଦେଶର ଅନେକ ସ୍ଥାନରେ  ୟୁପ୍ ସରକାର ବିରୋଧରେ ବିରୋଧ ପ୍ରଦର୍ଶନ  ହୋଇଛି ।  ୨ଦିନ ପାଇଁ ମଧ୍ୟ ପୁଲିସ୍‌ ପୀଡ଼ିତାଙ୍କ ଗାଁରେ ମିଡ଼ିଆକୁ ପଶିବାକୁ ଅନୁମତି ଦେଇନଥିଲା ।

Leave a Reply

Your email address will not be published. Required fields are marked *