ଚାନ୍ଦା ନେବା ଥାନା ଅଧିକାରୀଙ୍କୁ ମହଙ୍ଗା ପଡିଲା,ଥାନରୁ ବିଦା କଲେ ସିପି !

ଭୁବନେଶ୍ବର (ରିପୋର୍ଟର:-ଚନ୍ଦନ ଜେନା):-ଥାନା ଅଞ୍ଚଳରୁ ଚାନ୍ଦା ଆଦାୟ କରିବା ଏବଂ ଚୋରା ଗାଡି ଚଢ଼ିବା ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ପୋଲିସ କମିଶନର ଏହି ଅଭିଯୋଗକୁ ଗୁରୁତର ସହ ନେଇ ତାଙ୍କୁ ଥାନାରୁ ବିଦା କରିଛନ୍ତି। ତାଙ୍କୁ ଥାନାରୁ କାଢି ନିଆଯାଇ ସିପି ମୁଖ୍ୟାଳୟକୁ ବଦଳି କରି ଦିଆଯାଇଛି। ଏହା ସହ ଥାନା ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଜଣେ ଅତିରିକ୍ତ ଡିସିପିଙ୍କୁ ଦାଇତ୍ୱ ଦିଆଯାଇଛି। ତଦନ୍ତରେ ଯଦି ସତ୍ୟାସତ ଜଣାପଡିବ ତେବେ ତାଙ୍କୁ ନିଲମ୍ବନ ମଧ୍ୟ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ପୋଲିସ କମିଶନର ସୁଧାଶୁ ଷଢ଼ଙ୍ଗୀ କାର୍ଯ୍ୟରେ ଯୋଗ ଦେବା ପରଠୁ ଦୁର୍ନୀତି ଖୋର ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋ ସରକାର ପୋଲିସ ବିଭାଗରେ ଲାଗୁ ହେବା ପରେ ସିପି ପୁରା ଆକ୍ସନମୁଡ଼କୁ ଆସିଛନ୍ତି। ନିକଟରେ ଇନଫୋସିଟି ଥାନା ଅଧିକାରୀ ବିଶ୍ୱଜିତ୍ ମହାନ୍ତି ଏକ ଗଣବଳାତ୍କାର ମାମଲାରେ ଏକ ଘରୋଇ ଟିଭି ଚ୍ୟାନେଲକୁ ଅନୁକମ୍ପା ଦେଖାଇବାରୁ ତାଙ୍କ ବିରୋଧରେ ସିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହି କାରଣରୁ ତାଙ୍କୁ କୋରାପୁଟକୁ ବଦଳି କରାଯାଇଛି । ସେହିଭଳି ମଞ୍ଚେଶ୍ୱର ଥାନା ଅକାରୀଙ୍କ ବିରୋଧରେ ଜବତ ଗାଡ଼ି ଚଢିବା ଏବଂ ଚାନ୍ଦା ମାଗିବା ଅଭିଯୋଗ ଆସିବା ପରେ ତାଙ୍କୁ ଥାନାରୁ ବିଦା କରାଯାଇଛି।  କିଛି ମାସ ହେବ  ଥାନା ଅକାରୀ ଏକ ଜବତ ଗାଡି ଧରି ବୁଲାବୁଲି କରୁଥିଲେ । କେବଳ ଥାନା ଅଧିକାରୀ ନୁହେଁ ଥାନାର ଆଉ ଜଣେ ବାହୁବଳୀ ଅଫିସର ମିଳିମିଶି ଚଳାଉଥିଲେ। ଏବଂ ଏହି ବାହୁବଳୀ ଅଫିସରକୁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ପର୍ଯ୍ୟନ୍ତ ସମସ୍ତେ ଭଲଭାବେ ଜାଣନ୍ତି। ଏହି ବାହୁବଳୀ ପୋଲିସ ବାବୁଙ୍କର ସମସ୍ତ ଆର୍ଥିକ କାରବାରରେ ସ୍ୱତନ୍ତ୍ର ଏକ ସିଂହ ଭାଗ ନେଇଥାନ୍ତି। ଯେହେତୁ ସେ ବାବୁ ଥାନା ଅଧିକାରୀଙ୍କ ଅତି ନିକଟତର ତେଣୁ ତାଙ୍କ ବିରୋଧରେ କେହି କହିବାକୁ ସହିସ ଜୁଟାଇ ପାରନ୍ତି ନାହିଁ।

 ଏନେଇ ସିପିଙ୍କ ନିକଟରେ ଅଭିଯୋଗ ହେବା ପରେ ସିପି ଏହାର ପ୍ରାଥମିକ ତଦନ୍ତ କରିଥିଲେ। କିନ୍ତୁ ଥାନା ଅଧିକାରୀ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। କିନ୍ତୁ ଗୁରୁବାର ଥାନା ଅଧିକାରୀ ଥାନାକୁ ଆସି କାର୍ଯ୍ୟରେ ଯୋଗ ଦେଇଥିଲେ । ଥାନା ଅଧିକାରୀ ନିଜ ସିଟରେ ବସିବାକୁ ଯାଉଥିବା ସମୟରେ ତାଙ୍କ ଫୋନ ବାଜି ଉଠିଥିଲା। ଥାନା ଅଧିକାରୀ ଫୋନ ଉଠେଇବା ପରେ ତୁରନ୍ତ ସିପି ଅଫିସକୁ ଆସିବାକୁ କୁହାଯାଇଥିଲା। ଥାନା ଅଧିକାରୀ ଭୟରେ ତୁରନ୍ତ ସିପିଙ୍କ ନିକଟରେ ପହଞ୍ଚିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ସିପି ତାଙ୍କୁ ପଚାରିଥିଲେ। ହେଲେ ନିଜ ଦୋଷ ଲୁଚାଇବାକୁ ଥାନାଧିକାରୀ ଭରପୁର ଚେଷ୍ଟା କରିଥିଲେ। ଶେଷରେ ତାଙ୍କ ଠାରୁ କିଛି ସନ୍ତୋଷ ଜନକ ଉତ୍ତର ନ ପାଇବାରୁ ସିପି ଥାନାରୁ ବିଦା କରି ଦେଇଥିଲେ ଯଦି ନିରପେକ୍ଷ ତଦନ୍ତ କରାଯାଏ ତେବେ ଥାନା ଅଧିକାରୀଙ୍କ ପରି ଉକ୍ତ ବାହୁବଳୀ ଅଫିସର ମଧ୍ୟ ଫସି ପାରନ୍ତି।।

  ଅନ୍ୟ ପଟରେ ସିପିଙ୍କ ଏଭଳି ଆକ୍ସନ ଦେଖି  ଅନେକ ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଫିସର ଭୟଭୀତରେ ଅଛନ୍ତି।

 

 

 

Leave a Reply

Your email address will not be published. Required fields are marked *