ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି : ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ନୂଆଦିଲ୍ଲୀ –ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌ ଜାରି । କରୋନା ନେଇ ବନ୍ଦ ରହିଥିବା ସିନେମା ହଲ୍‌ ଏବେ ଖୋଲିବ । ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ୍‌ଓ ଥିଏଟର । ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ରାଜ୍ୟ ସରକାର ।  କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌-୫ ଗାଇଡ୍‌ଲାଇନ୍‌ ଜାରି ହୋଇଛି ।

ଏହାସହ ଅକ୍ଟୋବର ୧୫ରୁ ପାର୍କ ସୁଇମିଂ ପୁଲ୍‌ ଖୋଲିବାକୁ ଅନୁମତି ମିଳିବ ।  ଅକ୍ଟୋବର ୩୧ ଯାଏ କେବଳ କଣ୍ଟେନମେଣ୍ଟଜୋନ୍‌ରେ ଲକଡାଉନ ଲାଗୁ ହେବ ।

କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ମନା । ୧୦୦ ଜଣଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ ହୋଇପାରିବ । ଖେଳାଳିଙ୍କ ଟ୍ରେନିଂ ପାଇଁ ସୁଇମିଂ ପୁଲ୍ ଖୋଲିବ । ସୁଇମିଂ ପୁଲ୍ ଲାଗି SOP ନିର୍ଦ୍ଧାରଣ କରିବ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ।

୧ – କେନ୍ଦ୍ର ସରକାର ଅକ୍ଟୋବର ୧୫ରୁ ସିନେମା ହଲ୍ ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ସହିତ କ୍ରୀଡାବିତ୍‌ଙ୍କ ପାଇଁ ସ୍ଵିମିଂ ପୁଲ ମଧ୍ୟ ଖୋଲାଯିବ।

୨ – ଅନଲକ-୫ରେ ମନୋରଞ୍ଜନ ପାର୍କ ଖୋଲିବାକୁ ମଞ୍ଜୁରୀ ମିଳିଛି।

୩ – କେନ୍ଦ୍ର ସରକାର ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି। ଅକ୍ଟୋବର ୧୫ ପରେ ରାଜ୍ୟ ସରକାର ଏହି ସଂଦର୍ଭରେ ନିଷ୍ପତ୍ତି ନେଇ ପାରିବେ। ଏନେଇ ଅଭିଭାବକଙ୍କ ସହମତି ଜରୁରୀ।

୪ – ସାମାଜିକ, ଶିକ୍ଷାନୁଷ୍ଠାନ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟ କାର୍ଯ୍ୟକ୍ରମରେ କେବଳ ୧୦୦ ଲୋକଙ୍କୁ ସାମିଲ କରିବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଲୋକଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବା ମନା।

୫ – ବିଜନେସ୍ ଟୁ ବିଜନେସ୍ ଏଗଜିବିସନକୁ ଗୃହ ମନ୍ତ୍ରଣାଳୟ ଗାଇଡ୍‌ଲାଇନ୍‌ ସହିତ ଅନୁମତି ଦେଇଛନ୍ତି।

୬ – ଅନଲକ୍‌-୫ରେ ମଧ୍ୟ କଣ୍ଟେନମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ କଡାକଡି ଜାରି ରହିବ।

୭ – ମହାରାଷ୍ଟ୍ରରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢା ଯାଇଛି। କିନ୍ତୁ ଅକ୍ଟୋବର ୫ରୁ ହୋଟେଲ୍, ରେସ୍ତୋରାଁ, ଫୁଡ୍ ପାର୍କ ଓ ବାର୍‌ ୫୦ ପ୍ରତିଶତ ବସିବା କ୍ଷମତା ସହିତ ଖୋଲାଯାଇ ପାରିବ।

୮ – ଉଚ୍ଚ ଶିକ୍ଷାନୁଷ୍ଠାନରେ କେବଳ ପିଏଚଡି ଓ ବିଜ୍ଞାନ ଓ ଅଦୌଗିକି ବିଷୟରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ପାଇଁ ପ୍ରୟୋଗଶାଳା ଓ ଗବେଷଣାତ୍ମକ କାମକୁ ଅନୁମତି ମିଳିବ। ଏସବୁ ଅକ୍ଟୋବର ୧୫ରୁ ଖୋଲିବାକୁ ଅନୁମତି ଦିଆଯାଇଛି।

୯ – କେନ୍ଦ୍ର ସରକାରଙ୍କ ତରଫରୁ ଅନଲକ୍‌-୫ରେ ସ୍ଵିମିଂ ପୁଲ୍ ସାଧାରଣ ଜନତାଙ୍କ ପାଇଁ ଅନୁମତି ନାହିଁ।

୧୦ – ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ଉପରେ ପୂର୍ବବତ୍ତ କଟକଣା ଜାରି ରହିବ।

Leave a Reply

Your email address will not be published. Required fields are marked *